#Breaking News #District

ରକ୍ତ ଭଣ୍ଡାର ଠାରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ପବିତ୍ର ସ୍ୱାଧୀନତା ଦିବସ ଅବସରର ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ସ୍ୱେଚ୍ଛା କୃତ୍ ରକ୍ତ ଦାନ ଶିବିର କୁ ଅନୁସୂଚିତ ଜାତି ଓ ଜନଜାତି ତଥା ଆଇନ୍ ମନ୍ତ୍ରୀ ଜଗନ୍ନାଥ ସରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ଶିବିର ଉଦ୍ଘାଟନ କରିବା ସହ ରକ୍ତ ଦାନ ଏକ ମହାନ କାର୍ଯ୍ୟ, ମୂଲ୍ୟବାନ ଜୀବନ ବଞ୍ଚାଇଥାଏ, ଏଣୁ ପ୍ରତ୍ୟେକ ବ୍ୟକ୍ତି ରକ୍ତ ଦାନ କରିବା ପାଇଁ ଆଗେଇ ଆସିବା ଲାଗି ଉଚିତ୍ ବୋଲି କହିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଶୁଭେନ୍ଦୁ ପାତ୍ର, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ୍ ସଭାପତି ସୁନୀଲ ପଟନାୟକ, ସିଡି ଏମ ଓ, ରକ୍ତ ଭଣ୍ଡାର ଅଧିକାରି, ବରିଷ୍ଠ ଆଇନଜୀବି ବିଜୟ ମହାନ୍ତି, ପ୍ରେସ କ୍ଲବ ସଂପାଦକ ପ୍ରଶାନ୍ତ ବେହେରା, ସମାଜସେବୀ ତଥା ପ୍ରେସ କ୍ଲବ୍ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ସାମ୍ୱାଦିକ ବିରେନ୍ଦ୍ର ସୁବୁଦ୍ଧି, କଂଧମାଳ ଡିଜିଟାଲ ମିଡିଆ ଏସୋ ଶିଏସନ ସଭାପତି ଖିତିଶ ମଲିକ , ଉପସଭାପତି ଶିବରାମ ନାୟକ ଙ୍କ ସମେତ ମେଡିକାଲ ର ବରିଷ୍ଠ କର୍ମଚାରୀ ମନୋଜ ପଣ୍ଡା ଅନ୍ୟ ମାନେ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *