#Breaking News

ନରସିଂହପୁର ସାମ୍ବାଦିକ ସଂଘ ତରଫରୁ ଶୋକସଭା


ନରସିଂହପୁର (ସୁବ୍ରତ କୁମାର ମିଶ୍ର)
ନରସିଂହପୁର ସାମ୍ବାଦିକ ସଂଘ ତରଫରୁ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଜିମୂତ ମଙ୍ଗରାଜଙ୍କ ଅକାଳ ବିୟୋଗ ରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବୀ ପ୍ରାସାଦ ରଥଙ୍କ ସଭାପତିତ୍ବରେ ସାମ୍ବାଦିକ ଦେବଦତ୍ତ ମଳୟ କୁମାର ବରାଳ, ପ୍ରଦୀପ କୁମାର ନାୟକ, ସୁବ୍ରତ କୁମାର ମିଶ୍ର, ଜୀବନ ଜ୍ୟୋତି ମହାନ୍ତି, ଦେବାଶିଷ ଭଟ୍ଟ, ଦିବ୍ୟ ଲୋଚନ ମହାନ୍ତି, କାର୍ତିକେଶ୍ଵର୍ ନାଥ, ରିଙ୍କୁ ରଣା, ବିନୋଦ ନନ୍ଦ, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀ ମଙ୍ଗରାଜଙ୍କ ଜଣେ ମେଳାପୀ ଓ ମାର୍ଗଦର୍ଶି ସାମ୍ବାଦିକ ଭାବେ ବର୍ଣ୍ଣନା କରିଥଲେ। ଏହି ବୈଠକରେ ନୟାଗଡ଼ ଜିଲ୍ଲାର ଦୁଇ ଜଣ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଦ୍ୱାରା ହୋଇଥିବା ଆକ୍ରମଣ କୁ ନିନ୍ଦା କରାଯାଇଥିଲା ଓ କାରୋନା ମହାମାରୀ ସମୟରେ ଅନେକ ସାମ୍ବାଦିକ ତିରୋଧାନ କରିଥିବାରୁ ତାଙ୍କ ପାଇଁ ଶୋକ ପ୍ରକାଶ କରାଯାଇଥିଲା।

Leave a comment

Your email address will not be published. Required fields are marked *