#Breaking News

ଗୋଚ୍ଛା ପଡା ପୋଲିସ ଓ ଅବକାରୀ ବିଭାଗ ର ଚଢ଼ାଉ, 164 ଏକର ଗ6 ଜଂଇ ଚାଷ ନଷ୍ଟ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଗଂଜେଇ ଚୋରା ଚାଲାଣ ରୋକିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଶୁକ୍ରବାର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ମିଶି କଟ୍ରିଂଗିଆ ପଞ୍ଚାୟତର ପାଙ୍ଗାପାଜୁଓ ଗଣ୍ଡାରାମ ଜଙ୍ଗଲ ନିକଟରେ ବେଆଇନ ଗଂଜେଇ ଚାଷ ନଷ୍ଟ କରିଥିବା କଥା ଥାନା ଅଧିକାରୀ ରଂଜିତ ମୁନି କହିଛନ୍ତି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛ ର ବଜ଼ାର ମୂଲ୍ୟ ପଚାଶ ଲକ୍ଷ ଟଙ୍କା ହେବ ବୋଲି ମୁନି କହିଛନ୍ତି ।

ଏନେଇ ଗୋଚ୍ଛା ପଡl ପୋଲିସ 123/21 ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ଥାନା ଅଧିକରୀ ରଂଜିତ ମୁନି l

ତେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ସତ୍ୱେ ନିୟ ମିତ ଭାବେ ବେଆଇନ ଗଂଜେଇ ଚାଲାଣ ହେଉଛି କେମିତି ବୋଲି ପ୍ରଶ୍ନ ଉଠୁଛି l
ଏଣୁ ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ସତର୍କ ଦ୍ରୁଷ୍ଟି ଦେବାକୁ ଦାବିହେଉଛି l

Leave a comment

Your email address will not be published. Required fields are marked *