#Breaking News

ନବ ଉଲ୍ଳାସ କାର୍ଯ୍ୟକ୍ରମ ଅନୁଷ୍ଠିତ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳର ୪ ଜଣ ପୁରସ୍କୃତ


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ନବୋଦୟ ପୁରାତନ ଛାତ୍ର ସଂଗଠନର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୩୨ଟି ନବୋଦୟ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଲିସ କମିଶନର ସୌମ୍ୟରଂଜନ ପ୍ରିୟଦର୍ଶନୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ପୁଲିସ୍‌ କମିଶନର ଜଗଦାନନ୍ଦ ଓ ସମ୍ମାନିତ ଅତିଥିଭାବେ ଶ୍ରୀମତୀ ପାବର୍ତୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବିଭିନ୍ନ ବିଭାଗରେ ଏଚିଭର ଆୱାର୍ଡ-୨୦୨୨ ପ୍ରଦାନ କରାଯାଇ ଥିବା ବେଳେ ଏଥିରେ କନ୍ଧମାଳ ଜିଲାର ୪ ଜଣ ପୂର୍ବତନ ନବୋଦୟ ଛାତ୍ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି । ସେଥି ମଧ୍ୟରେ କରୋନା ସମୟରେ ନିଆରା ଅଭିନବ କାର୍ଯ୍ୟକ୍ରମ ମୋ ଘରେ କାନ୍ଥ କଳାପଟା ପାଇଁ ଶିକ୍ଷକ ସୀମାଞ୍ଚଳ ମୁଖୀ ଓ ଚିତ୍ରକଳା ପାଇଁ ଶିକ୍ଷକ ମାନସ ରଂଜନ ପ୍ରଧାନ ଓ ସଂଙ୍ଗୀତ ବିଭାଗରେ କୁମାରୀ ବିଲମ୍ବତା ବାଣୀସୁଧା ଏବଂ ସାରା ଭାରତରେ ହକିଖେଳର ପ୍ରସାର ପାଇଁ ଏକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ସଫଳତା ପାଇଥିବା ସୁବ୍ରଜିତ୍‌ ପ୍ରଧାନ (କ୍ରୀଡ଼ାକ୍ଷେତ୍ରରେ ) ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇ କନ୍ଧମାଳ ଜିଲାପାଇଁ ଗୌରବ ଆଣିଦେଇଛନ୍ତି । ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କର ଏଭଳି କୃତିତ୍ୱ ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଦିଆଯାଇଛି ।

Leave a comment

Your email address will not be published. Required fields are marked *