#Breaking News #Uncategorized

ଦୁଇ ଦୁଇଟାପ୍ରକଳ୍ପ ଦାୟୀତ୍ଵରେ ଜଣେ ପିଆଇଏ. ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ


ଫୁଲବାଣୀ-( ସୁନୀଲ ପଟନାୟକ) କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷକରି କୃଷି ଓ କୃଷକର ଉନ୍ନତି ପାଇଁ ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଛନ୍ତି । ଜଳଛାୟା ଉନ୍ନୟନ୍ନ ପ୍ରକଳ୍ପ ମାଧ୍ୟମରେ ଚାଷଜମିର ଉନ୍ନତି ହୁଡା ମରାମତି, ଚେକଡ଼୍ୟାମ ନିର୍ମାଣ, କୃଷକ ସଚେତନ,ଚାଷୀଙ୍କ ଜମିରେ ବନ୍ଧ ନିର୍ମାଣ, ପ୍ଲାଣ୍ଟେସନ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଏ ସବୁ କାର୍ଯ୍ୟର ସୁପରିଚାଳନା ଓ ତଦାରଖ ପାଇଁ ପ୍ରତି ବ୍ଲକ୍ ରେ ପିଆଇଏ ବା ପ୍ରକଳ୍ପ କାର୍ଯ୍ୟନିର୍ବାହୀ ସଂସ୍ଥା ନିଯୁକ୍ତି କରିଛନ୍ତି । ତେବେ କନ୍ଧମାଳ ଜିଲ୍ଲାରେ ଅନେକ ସ୍ଥାନରେ ଦୁଇ ଦୁଇଟା ବ୍ଳକ ଦାୟୀତ୍ଵରେ ଜଣେ ଲେଖାଏଁ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଫଳରେ ଉନ୍ନୟନ୍ନ କାର୍ଯ୍ୟ ଠିକ ଠାକ ହେଉ ନ ଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟ ପୁରଣ ହୋଇପାରୁନି। ଏହି ସୁଯୋଗରେ ଦୁର୍ନିତି ଓ ଅନିୟମିତତା ମଧ୍ୟ ବଢିବାରେ ଲାଗିଛି।
ଖଜୁରୀପଡ଼ା ଓ ଫିରିଙ୍ଗିଆ ଭଳି ଦୁଇ ଦୁଇଟା ବ୍ଳକରେ ଯୁଗଳ କିଶୋର ପ୍ରଧାନ ନାମକ ଜଣେ ଅଫିସର ଥିବାବେଳେ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକ ଦାୟୀତ୍ଵ ମଧ୍ୟ ଜଣଙ୍କୁ ଦିଆଯାଇଛି । ଫିରିଙ୍ଗିଆ ତୁମୁଡିବନ୍ଧ, କୋଟଗଡ଼ ଆଦି ମା ଓ ଇଲାକା ହୋଇଥିବା ସହ ଦୁର୍ଗମ ଅଞ୍ଚଳ ଭାବେ ମଧ୍ୟ ପରିଚିତ । ଏଣୁ ଏହି ବ୍ଳକ ଗୁଡିକରେ ଜଣେ ଅଫିସର କାମ କରିବାପାଇଁ ମୁସ୍କିଲ ହୋଇ ପଡ଼ୁଥିବାବେଳେ ଜଣେ କିଭଳି ମ୍ୟାନେଜ କରୁ ଥିବେ ତାହା ସହଜରେ ଜଣାପଡୁଛି ।
ସେହିପରି ଫିରିଙ୍ଗି ଆ ଓ ଖଜୁରୀପଡ଼ା ଦାୟୀତ୍ଵରେ ରହିଥିଲେ ମଧ୍ୟ ବାବୁ ଜଣକ ସର୍ବଦା ଅନୁପସ୍ଥିତ ରହୁଥିବାବେଳେ ମୋବାଇଲ ଫୋନକୁ ବନ୍ଦରଖିବା ଓ ଯଦି ରିଙ୍ଗ ହୁଏ ତେବେ ମଧ୍ୟ ରିସିଭ କରୁନଥିବା ଅଭିଯୋଗ ମାନ ହେଉଛି । ଫିରିଙ୍ଗିଆ ବ୍ଳକରେ କାମ ଆଶାନୁରୂପ ହେଉନଥିବା ଜଣାପଡିଛି । ଏହି ଅଫିସର ଜଣଙ୍କକୁ ଆଡେ ପୂର୍ବରୁ ମଧ୍ୟ ପ୍ରଥମେ ଫୁଲବାଣୀ ଓ ପରେ ତୁମୁଡିବନ୍ଧ ବ୍ଳକ ଦାୟିତ୍ଵରେ ଥିଲେ।ତେବେ ନିୟମିତ ଅନୁପସ୍ଥିତ ରହିବା ସହ ସେ ଭଳି କୌଣସି ଆଖି ଦୂଶିଆ କ ହେବା ଅଭିଯୋଗ ହେବା ପରେ ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ।
ପରେ ତାଙ୍କୁ ନୟାଗଡ଼ ଜିଲ୍ଲାକୁ ବଦଳୀ ହୋଇଥିଲା । ଏବେ ପୁଣି କନ୍ଧମାଳ ଆସିଛନ୍ତି।
ସେ ସିନିୟର ଅଫିସର ହୋଇଥିବା ଫଳରେ କର୍ମଚାରୀ ଅଭାବ ଯୋଗୁଁ ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଧାନଙ୍କୁ ଖଜୁରୀପଡ଼ା, ଫିରିଙ୍ଗିଆ ଦୁଇଟି ବ୍ଲକ ଦାୟିତ୍ଵ ଦେଇଥିବା ଜଣାପଡିଛି ।
ତେବେ ପିଆଇଏଙ୍କ ଦାୟୀତ୍ଵହିନତା, ଅବହେଳା,ବେପରୁଆ ମନୋଭାବ ଯୋଗୁଁ ଉନ୍ନୟନ୍ନ ମୁଳକ କାର୍ଯ୍ୟ ଆଶାନୁରୂପ ଅଗ୍ରଗତି
ହୋଇପାରୁ ନ ଥିବା ଜଣାପଡିଛି । ଏନେଇ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠିଙ୍କୁ ପଚାରିବାରେ ସେ ଫିରିଙ୍ଗିଆ ବ୍ଳକରେ କାର୍ଯ୍ୟ ଆଗେଇ ପାରୁ ନ ଥିବା ସେ ସ୍ୱୀକାର କରିବା ସହ ଉନ୍ନୟନ୍ନ କାର୍ଯ୍ୟଯେପରି ତ୍ଵରାନ୍ଵିତ ହେବ ସେଥିପ୍ରତି ସେ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *