#Breaking News

ଆଜିଠୁସମ୍ମେଟିଭ ପରୀକ୍ଷା କନ୍ଧମାଳରେ ୧୦ ସେଣ୍ଟେରରେ ୧୧ହଜାର ୧୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ


ଫୁଲବାଣୀ-୫/୧(ସୁନୀଲ ପଟନାୟକ)
ଆଜିଠୁ ଦଶମ ଶ୍ରେଣୀର ସମ୍ମେଟିଭ ପରୀକ୍ଷା ଆରମ୍ଭ ହୋଇଛି ।କନ୍ଧମାଳ ଜିଲାରେ ମୋଟ ୧୦ଟି ସେଣ୍ଟେରରେ ୧୧ହଜାର ୧୩୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଫୁଲବାଣୀ ସହରରେ ଏଜେ ଓ ହାଇସ୍କୁଲ, ସରକାରି ବାଳିକା ହାଇସ୍କୁଲ ସରସ୍ଵତୀ ଶିଶୁ ମନ୍ଦିର, ପୋଲିସ ହାଇସ୍କୁଲରେ ପରୀକ୍ଷା ହୋଇଛି ।
ଏଥିପାଇଁ ସରକାରଙ୍କ କୋଭିଡ ଗାଇଡ଼ଲାଇନ ପ୍ରକାରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ପରୀକ୍ଷା ଯେପରି ଶାନ୍ତି ଶଙ୍ଖଳା ର ସହ କପିମୁକ୍ତ ହେବ ସେଥିପାଇଁ ସତର୍କ ଦୃଷ୍ଟି ରଖିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ବୁଧବାର ପ୍ରଥମସିଟିଂ ସାହିତ୍ୟ ଥିବାବେଳେ ଦ୍ଵିତୀୟ ସିଟିଂଗଣିତ ଅଛି। ଏହି ପ୍ରତ୍ୟେକ ବିଷୟରେପରୀକ୍ଷା ୫୦ ମାର୍କ ଲେଖାଏ ରହିଛି । ଏହି ପରୀକ୍ଷା ୪ଦିନ ଧରି ଚାଲିବ।
ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ଜିଲା ଶିକ୍ଷା ଅଧିକାରୀ ପି.କେ ସଡଙ୍ଗୀ ପରୀକ୍ଷା କେନ୍ଦ୍ର ବୁଲି ଅନୁଧ୍ୟ । ନ କରୁଛନ୍ତି।

Leave a comment

Your email address will not be published. Required fields are marked *