#Breaking News

ପ୍ରକୃତିର ଅପରୁପା ସୌନ୍ଦର୍ଯ୍ୟ ହାତଠାରି ଡାକେକୋରାପୁଟ ଜିଲ୍ଲା ଗିର୍ଲିମାଳୀ ପର୍ବତ

ବସନ୍ତ କୁମାର ସ୍ୱାଇଁ(ଆଲେଖ୍ୟ)

କୋରାପୁଟ ଜିଲ୍ଲା : ପକୃତିର ଅତୁଳନୀୟ ମନ ମୋହିତ ସୌନ୍ଦର୍ଯ୍ୟର ଭରା ପାହାଡ଼ ପର୍ବତ , ଚିରଶ୍ରତା ଝରଣା ରାଣୀ, ଅଙ୍କାବଙ୍କା ପାହାଡ଼ି ଭେଦି ରାସ୍ତା ସହ ଆଦିବାସୀ ପଲ୍ଲୀର ସୌନ୍ଦର୍ଯ୍ୟ ସବୁବେଳେ ପକୃତିପ୍ରେମୀ ମଣିଷକୁ କୋରାପୁଟ ଜିଲ୍ଲାକୁ ଟାଣିଆଣିଥାଏ । ଯିଏ ଥରେ ଏଠାକୁ ଆସିଛି ସବୁବେଳେ ଏହାର ପାହାଡ଼ ପର୍ବତ ପାଣି ପବନ ସହ ଆଦିବାସୀଙ୍କ ଢେମ୍ସା ନୃତ୍ୟରେ ନିଜକୁ ସମ୍ପର୍କର ଡୋରୀରେ ବାନ୍ଧି ରଖିଛି । ଏବେ କୋରାପୁଟ ଇକୋ ଟୁରିଯିମର ମାନ୍ୟତା ପାଇ ଅଛି । ଏଥିସହ ସୌନ୍ଦର୍ଯ୍ୟର ସବୁ ଉପାଦାନ ଥାଇ ମଧ୍ୟ ଲୋକଲୋଚନକୁ

ଆସିପାରି ନଥିଲା । ଏବେ କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ସହ ସରକାର ଓ ପର୍ଯ୍ୟଟନ ବିଭାଗ ଆଗକୁ ଆସି ଆଢ଼ୁଆଳରେ ରହିଯାଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ଆଣିବାକୁ ତତ୍ପର ହୋଇଉଠିଛି । ଏହି ସୌନ୍ଦଯ୍ୟମୟୀ ସ୍ଥାନ ହେଉଛି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ପୁଟସିଲି ଓ ଫୁଲବନ୍ଧ ମଧ୍ୟରେ ଥିବା ଗିର୍ଲିମାଳୀ ପର୍ବତ । ଯାହା ପୁଟସିଲି ନାମରେ ଅଧିକ ପରିଚିତ । ଗିର୍ଲିମାଳୀ ପର୍ବତ ଏବେ ପର୍ଯ୍ୟଟନୀ ସ୍ଥଳୀର

ମାନ୍ୟତା ପାଇବା ପରେ ଏବେ ରାଜ୍ୟ ଦେଶ ଓ ବିଦେଶରୁ କୋଣ ଅନୁକୋଣରୁ ପକୃତିପ୍ରେମୀ ମଣିଷକୁ ପୁଟସିଲି ନକଟ ଗିର୍ଲିମାଳୀ ପର୍ବତର ପର୍ଯ୍ୟଟନୀ ସ୍ଥଳୀର ଦୃଶ୍ୟ ଦେଖିବା ପାଇଁ ସେଠାରେ ଭିଡ଼ ଜମିବା ସହ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ! ଉକ୍ତ ପର୍ଯ୍ୟଟନୀ ସ୍ଥଳୀକୁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରଶାସନ ସବୁପ୍ରକାର ବ୍ୟବସ୍ଥା କରୁଥିବା ଦେଖବାକୁ ମିଳିଛି । ଗିର୍ଲିମାଳି ପର୍ବତ ଉପର ଦେଖିବାକୁ ଏକ ଖେଳାପଡିଆ ସମତଳ ଅଂଚଳ ସଦୃଶ୍ୟ । ଦେଖାଯାଉଥିବା ପାହାଡ ପର୍ବତକୁ ଛୁଇଁ ଛୁଇଁ ହାତପହଁନ୍ତରେ ଲୁଚୁକାଳୀ ଖେଳୁଥିବା ମେଘମାଳ ସହ ବାଦଲ ଖଣ୍ଡ ମନରେ ରୋମାଞ୍ଚ ସହ ଭ୍ରମ ସୃଷ୍ଠି କରେ । ନିକଟସ୍ଥ ପ୍ରାକୃତିକ ପରିବେଶ ପ୍ରକୃତି ଭରା ସବୁଜ ବନାନୀ ପାହାଡ଼ ପର୍ବତ ଘେରା ଆକାଶଚୁମ୍ବି ଗିରିଶୃଙ୍ଗ ସହ

ପହାଡକୁ ଧକାଦେଇ ଭାସିଯାଉଥିବା ଖଣ୍ଡ ଖଣ୍ଡ ମେଘମାଳ ମନରେ ଭ୍ରମ ସୃଷ୍ଟି କରେ। ପାହାଡ଼ରୁ ଝରି ଯାଉଥିବା ଝରଣା ସହ ଆଦିବାସୀ ପଲ୍ଲୀର ଜୀବନ୍ତ। ଚଳଚଞ୍ଚଳ ପରିବେଶ ଓ ପ୍ରାକୃତିକ ଦୃଶ୍ୟକୁ ପର୍ଯ୍ୟଟକ ମୁଖ୍ୟ ଆକର୍ଷଣ ପାଲଟିବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଦୃଶ୍ୟକୁ ପର୍ଯାଟନଙ୍କ ମନକୁ ପୁଲକିତ କରିବା ସହ ନିକଟରେ ଦୃଷ୍ଟି ଗୋଚର ହେଉଥିବା ଓଡ଼ିଶାର ବଡ ଗିରିଶୃଙ୍ଗ ଦେଓମାଳି ପ୍ରକୃତିପ୍ରେମୀଙ୍କ ମନରେ ଅପାର ଆନନ୍ଦ ସହ ରୋମାଞ୍ଚ ଭରିଦିଏ । ଜାତୀୟ ରାଜପଥ ୨୬ ନମ୍ବର ଦେଇ ସେମିଳିଗୁଡା ଠାରୁ ଦୁଧାରୀ ଦେଇ ପୁଟସିଲ ପର୍ଯ୍ୟଟନୀ ସ୍ଥଳୀକୁ ପହଂଚିବାକୁ ହେଲେ ମାତ୍ର ୨୩ କିମି ରାସ୍ତା ଅତିକ୍ରମ କରି ପର୍ଯ୍ୟଟନୀ ସ୍ଥଳୀ ପୁଟସିଲି ଗିର୍ଲିମାଲି ପର୍ବତ ସ୍ଥଳୀରେ ପହଁଚି ପାରିବେ । କୋରାପୁଟ ଠାରୁ ଏହାର ଦୂରତ୍ୱ ୪୫କିମି ଅଟେ । ପୁଟସିଲ ଗ୍ରାମଦେଇ ଗିର୍ଲିମାଳି ପର୍ବତ ପର୍ଯ୍ୟଟନୀ ସ୍ଥଳୀକୁ ଯାତ୍ରା କରିବା ରୋମାଞ୍ଚଭରା ଅନୁଭୂତି ଉଭୟ ପାର୍ଶ୍ୱରେ ପାହାଡ଼ ପର୍ବତ, ବଣ ,ଜଙ୍ଗଲ ଘେରା ପ୍ରାକୃତିକ ଦୃଶ୍ୟ ପାହାଡ଼ର ଶିଖର ଦେଶରୁ ବହି ଯାଉଥିବା ଝରଣା ପାଣିର କୁଳୁ କୁଳୁ ଶବ୍ଦ ସହ ସୁଲୁସୁଲୁଆ ଶୀତୁଆ ପବନ ଶିହରଣ ସୃଷ୍ଟି କରିଥାଏ। ଏବଂ ସତେ ଯେମିତି ଲୋକଙ୍କ ମନ ଛୁଇଁ ଡାକ ଦେଉଥିବା ଭଳି ପ୍ରକୃତି ଭରା ଦୃଶ୍ୟ ପର୍ଯ୍ୟଟକଙ୍କ

ମନମୋହିତ କରିଦେଉଛି ! ବର୍ତ୍ତମାନ ପୁଟସିଲ ପର୍ଯ୍ୟଟନୀ ସ୍ଥଳୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ଥାନର ସନସେଟ ଡ଼ିଜର୍ଟ କ୍ୟାମ୍ପ ସଂସ୍ଥାକୁ ଉକ୍ତ ପର୍ଯ୍ୟଟନୀ ସ୍ଥଳୀର ଇକୋ ରିଟ୍ରିଟ କାର୍ଯ୍ୟ ଦିଆ ଯାଇଥିବା ବେଳେ ସଂସ୍ଥା ଦ୍ୱାରା ସମସ୍ତ କାର୍ଯ୍ୟ ଶେଷ ହେବାକୁ ଯାଉଥିବା ବେଳେ ପର୍ଯ୍ୟଟକଙ୍କ ରାତ୍ରି ଯାପନ ନିମନ୍ତେ ୨୭ ଟି ଅତ୍ୟାଧୁନିକ କଟେଜ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଯେଉଁଥିରେ ପଞ୍ଚତାରକା ହୋଟେଲ ପରି ସବୁ ସୁବିଧା ସହ ବିଳାସ ପୂର୍ଣ ତମ୍ବୁ ,ସୁସ୍ଵାଦ ରୋଷେଇ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ! ଏଥିରେ କୋରାପୁଟ କଳା ସଂସ୍କୃତି କାର୍ଯ୍ୟକ୍ରମ ଟୁର ଗାଇଡ଼, ଟ୍ରେକିଂ,ଯୋଗ ,ରାଇଫଲ ସୁଟିଂ ସହ ପାହାଡ଼ ଚଢ଼ାର ରୋମଞ୍ଚ ଭଳି ମନୋରଞ୍ଜନର ସୁବିଧା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ରହିଥିବା ଜଣାପଡିଛି । ତଥାପି ସେମିଳିଗୁଡା ଓ କୋରାପୁଟରେ ପର୍ଯାଟନଙ୍କ ପରି ରହିବାର ଭଲ ହୋଟେଲ ଓ ଲଜର ବ୍ୟବସ୍ଥା ଅଛି।

Leave a comment

Your email address will not be published. Required fields are marked *