#Breaking News #Uncategorized

ବେଫିକର ପୂର୍ତ୍ତବିଭାଗ, ରାସ୍ତା ଜାଣିବାରେ ଯାତ୍ରୀ ଅସୁବିଧାର ସମ୍ମୁଖିନ

ଜି.ଉଦୟଗିରି– — ବେଫିକର ପୂର୍ତ୍ତବିଭଗ।ଜି.ଉଦୟଗିରି ଗାନ୍ଧିଛକଟି ତ୍ରିକୋଣ ଛକ ହୋଇଥିବାରୁ ସେଠାରେ ତିନିକୋଣକୁ ତୀର ଚିହ୍ନ ମାଧ୍ୟମରେ ପୂର୍ବରୁ ସଙ୍କେତ ଦିଆଯାଇଥିବା ବେଳେ ରାସ୍ତାକାମ ସରିଗଲା ପରେ ସେହି ସଂକେତ ଦେବାକୁ ପୂର୍ତ୍ତ ବିଭାଗ ବେଫିକର ଭାବେ ଭୁଲିଯାଇଥିବାରୁ ଯାତ୍ରା କରୁଥିବା ବାହାରର ଯାତ୍ରୀ ମାନେ ସେଠାରେ ଅଟକି ଲୋକଙ୍କୁ ପଚାରିକି ଯିବାକୁ ବାଧ୍ୟ ହେଉଛନ୍ତି।ବିଶେଷ କରି ବେଳେ ବେଳେ ରାତିରେ କିଛି ଯାତ୍ରୀ ଭୂଲରେ ମେଡିକଲ ରାସ୍ତାରେ ବି ପଳାଇ ଯାଇ ପୁଣି ଫେରନ୍ତି। ଏହି ଛକ ଟି ଅତ୍ୟନ୍ତ ଜନଗହଳି ଓ ମୁଖ୍ୟ ବଜାର ଛକ ହୋଇଥିବାରୁ ଅଟକି ପଚାରୁଥିବା ଯାତ୍ରୀ ଙ୍କ ଯୋଗୁଁ ରାସ୍ତା ଜାମ୍ ହେଉଥିବାରୁ ଏଠାରେ ତ୍ରିକୋଣ ସଂକେତ ପୂର୍ତ୍ତବିଭାଗ ଦ୍ବାରା ଲଗାଇବାକୁ ସାଧାରଣରେ ଦାବୀ ହେଉଛି। ରାଇକିଆ ରୁ ଜଗଦୀଶ ଦାଶ

Leave a comment

Your email address will not be published. Required fields are marked *