#Breaking News

ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ କାୟା କଳ୍ପ ପୁରସ୍କାର


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨୦୨୧-୨୨ ବର୍ଷ ପାଇଁ କିୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରିଯାଇଛି। ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଚିକିତ୍ସାଳୟ ଗୁଡ଼ିକର ପରିବେଶକୁ ସ୍ବଚ୍ଛତା ରଖିବା ସହ ଚତୁଃପାର୍ଶ୍ଵରେ ସବୁଜ ବନାନୀ ସୃଷ୍ଟି କରିବା,(ଇକୋ ଫ୍ରେଣ୍ଡଲି) ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ସୁନ୍ଦର ପ୍ରାକୃତିକ ପରିବେଶ ଓ ସ୍ବଚ୍ଛତା ସୃଷ୍ଟି କରିବା ଯୋଗୁଁ ଚଳିତବର୍ଷ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏକ ସ୍ବତନ୍ତ୍ର ଉତ୍ସବରେ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।

Leave a comment

Your email address will not be published. Required fields are marked *