#Breaking News #Uncategorized

ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷଙ୍କ ଉଦେଶ୍ୟରେ ଶୋକ ସଭା


ଫୁଲବାଣୀ :- (ସୁନୀଲ ପଟନାୟକ) ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଶ୍ରୀ ଆଶୁତୋଷ ବେହେରାଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ତରଫରୁ ଫୁଲବାଣୀ ସ୍ଥିତ ପ୍ରେସକ୍ଲବ ଠାରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି !ଏହି ଶୋକ ସଭାରେ ପ୍ରେସ କ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଅଜିତ ମହାରଣା ଏବଂ ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନର ସଭାପତି ସୁଜିତ ବେହେରା, କାର୍ଯ୍ୟକାରୀ ସଭାପତି ବ୍ରଜବିହାରୀ ନନ୍ଦ, ସମ୍ପାଦକ ତ୍ରିନାଥ ସାହୁ, କୋଷାଦକ୍ଷ ସୁନୀଲ ବିଶ୍ୱାଳ,ଉପ-ସଭାପତି ଅଶୋକ ମହାନ୍ତି,ସ୍କୃଟିନୀ କମିଟି ସଦସ୍ୟ ରାକେଶ ରାଉତ, ସାମ୍ବାଦିକ ରଞ୍ଜନ ଦାସ ,ସୂର୍ଯ୍ୟ ବେହେରା, ଜିଲ୍ଲା ପୋଲିସର R.I ଧର୍ମେନ୍ଦ୍ର ପ୍ରଧାନ, ସର୍ଜେଣ୍ଟ ସରୋଜ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ !ଶୋକ ସଭା ପ୍ରାରମ୍ଭରୁ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଅମର ଆତ୍ମର ସଦଗତି ନିମନ୍ତେ ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ !ତାପରେ ଶୋକ ସଭାରେ ଉପସ୍ଥିତ ସାମ୍ବାଦିକ ଏବଂ ଅତିଥି ମାନେ ଦିବଂଗତ ସାମ୍ବାଦିକ ଏକା ଧାରରେ ଜଣେ ସାମ୍ବାଦିକ,ଭଲ କ୍ରୀଡ଼ାବିତ, ସମାଜସେବୀ, ଖୁସ ମିଜାଜ, ନମ୍ର ଭଦ୍ର ଏବଂ ସମସ୍ତଙ୍କ ପ୍ରିୟ ବ୍ୟକ୍ତିତ୍ବ ଭାବେ ବହୁ ସୁନାମ ଅର୍ଜନ କରିଥିଲେ !ତେଣୁ ତାଙ୍କର ଅକାଳ ବିୟୋଗରେ ସମସ୍ତେ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ନିଜ ନିଜ ବକ୍ତବ୍ୟରେ ଶୋକ ସଭାରେ କହିଥିଲେ !ଏସୋସିଏସନ ତରଫରୁ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିବେଦନ କରିବା ସହିତ କରୋନା ଯୋଦ୍ଧା ସାମ୍ବାଦିକଙ୍କ ପାଇଁ ସରକାର ଘୋଷଣା କରିଥିବା ଆର୍ଥିକ ଅନୁଦାନ ମଧ୍ୟ କିଭଳି ଅତିଶୀଘ୍ର ତାଙ୍କ ପରିବାରକୁ ମିଳିପାରିବ ଏ ନେଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ନିବେଦନ ପତ୍ର ପ୍ରଦାନ କରାଯିବ ବୋଲି ଏସୋସିଏସନର ସଭାପତି ସୁଜିତ ବେହେରା ଶୋକ ସଭାରେ ଘୋଷଣା କରିଥିଲେ !

Leave a comment

Your email address will not be published. Required fields are marked *