#Breaking News

କୋରାନା ପଜିଟିଭ ଚିହ୍ନଟ ପରେ ୩ ଦିନ ପାଇଁ ଫୁଲବାଣୀ ମୁନିସିପାଲଟି ଅଫିସ ସିଲ


ଫୁଲବାଣୀ -(ସୁନୀଲ ପଟନାୟକ )
ଫୁଲବାଣୀ ସହରରେ ଏବେ ପ୍ରତ୍ୟେକ ସାହି ବସ୍ତି ରେ କରୋନା ଏବେ କାୟା ବିସ୍ତାର କଲାଣିl ଜ଼ିଲ୍ଲାରେ ଦିନକୁ ଯେତେ ପଜିଟିଭ ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଫୁଲବାଣୀ ସହରରେ ପଜିଟିଭ ସଂଖ୍ୟା ଅଧିକା l ଆଜି ମୁନିସିପାଲଟି କାର୍ଯ୍ୟାଳୟରକେତକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଜ଼ିଲ୍ଲାପାଳ ମୁନିସିପାଲଟି କାର୍ଯ୍ୟାଳୟକୁ ସାନିଟାଈଜ଼କରିବା ସହ ୩ ଦିନ ପାଇଁ ସିଲ କରିବା ଲାଗି ନିର୍ଦେଶ ଦେଇଛନ୍ତି l
କେବଳ ଏହି ଗୋଟିଏ ଅଫିସ ନୁହେଁ ସହର ରେ ଥିବା ଅନ୍ୟ କାର୍ଯ୍ୟାଳୟରେ ବି କର୍ମଚାରୀ, ଯନ୍ତ୍ରୀ ମାନେ କରୋନା ଚିହ୍ନଟ ହେବା ଫଳରେ ଅଫିସ ସବୁ ବନ୍ଦ ଥିବା ଆଉ ବାହାରଲୋକ କୁ ବାରଣ କରାଯାଉଛି l
ତେବେ ପ୍ରଶାସନ ପକ୍ଷରୁ କୋଭିଡ ଗାଇଡ଼ ଲାଇନ କୁ କଡାକଡି ପାଳନ କରା ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *