#Uncategorized

ବର୍ଷକୁ ଥରେ ଖୋଲୁଥିବା ଲୋଭୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ, ନୀତିକାନ୍ତି ହେଲା ବିନାଭକ୍ତ ରେ, କାଁ ଭାଁ ଶିଶୁ ହେଲେ ମୁଣ୍ଡନ


ବିନ୍ଧାଣିମ(ଉଲାପ୍ର)କାହିଁ କେଉଁ କାଳରୁ ବିଶ୍ୱାସ ରହିଛି ତିଗିରିଆ ବ୍ଲକ ବିନ୍ଧାଣିମା ଲୋଭୀ ଠାକୁରାଣୀଙ୍କ ପାଖରେ ମାନସିକ କଲେ ଅପୁତ୍ରିକ ନାରୀ ସନ୍ତାନ ଲାଭ କରି ଥାଏ।ଅପୁତ୍ରିକ ନାରୀ ସନ୍ତାନ ସନ୍ତତି ଲାଭ କଲେ ମା ଙ୍କ ପାଖରେ ପ୍ରଥମ ଶିଶୁର ମୁଣ୍ଡନ କରିଥାନ୍ତି,ସେଥିପାଇଁ ବର୍ଷକୁ ଥରେ ଖୋଲୁ ଥିବା ଏହି ଲୋଭି ଠାକୁରାଣି ଙ୍କ ପାଖରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ,ରାତି ଗୋଟାଏ ରୁ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଛୁଟି ଆସିଥାନ୍ତି ନିଜର ମାନସିକ ପୂରଣ ପାଇଁ,ଲୋଭି

ଠାକୁରାଣୀଙ୍କୁ ପ୍ରଥମେ ବିନ୍ଧାଣିମା ଗ୍ରାମର ଜଣେ ବଣିଆ ତାଳଚେର ରୁ ଆଣି ଗ୍ରାମରେ ନିଜ ଘରେ ପୂଜା କରୁଥିଲେ,ପରବର୍ତ୍ତୀ ସମୟରେ ମା ସେହି ଲୋକକୁ ସ୍ୱପ୍ନାଦେଶ କରିବା ପରେ ମାଙ୍କୁ ବିନ୍ଧାଣିମା ହାଟ ମଧ୍ୟକୁ ନେଇ ମାଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ଏବେ ସେହି ସ୍ଥାନରେ ପୂଜା ପାଇ ଆସୁଛନ୍ତି ଲୋଭି ଠାକୁରାଣୀ,ଲୋଭି ଠାକୁରାଣୀଙ୍କ ପିଲାମାନଙ୍କ ଉପରେ ଅତ୍ୟନ୍ତ ଶ୍ରଦ୍ଧା ରହିଥିବାରୁ ଯୋଉମାନେ ସନ୍ତାନ ସନ୍ତତି କଷ୍ଟ ପାଆନ୍ତି ସେମାନେ ପୀଠକୁ ଆସନ୍ତୁ କି ନଆସନ୍ତୁ ଘରେ ରହି ମାନସିକ ଟିଏ କରିଦେଲେ ମା ସେହି ମହିଳା ଉପରେ ଦୟା ପରବେଶ ହୋଇ ସନ୍ତାନ ଟିଏ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି, ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତ ରାତିରୁ ଛୁଟି ଆସନ୍ତି ଏହି ପୀଠକୁ,ଚଳିତବର୍ଷ ମହାମାରୀ କ ରୋନା ଭକ୍ତ ଙ୍କ ମନରେ ଦେଇଛି ବଡ କଷ୍ଟ,କରୋନା କଟକଣା ଯୋଗୁ ଚଳିତ ବର୍ଷ କେବଳ ଗୋଟିଏ ଦିନ ପାଇଁ ଏହି ମନ୍ଦିର ଖୋଲାଯାଇ କେବଳ ମାଆଙ୍କର ପୂଜାର୍ଚ୍ଚନା କରାଯିବା ଛଡା ମାଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି,ତିଗିରିଆ ଠାରୁ ନୂଆପାଟଣା ପର୍ଯ୍ୟନ୍ତ ଯୋଉ ରାସ୍ତା ପୂର୍ଣ୍ଣିମା ଦିନ ଜନଗହଳି ରହୁଥିଲା ଆଜ ସେହି ରାସ୍ତା ସୁନସାନ,ଗହଳି ଚହଳି ଜମା ନାହିଁ,ଗ୍ରାମ ରାସ୍ତାରେ ମଧ୍ୟ ବାଉଁଶ ବାନ୍ଧି ଦିଆଯାଇଛି, କେତେକ କାଁଭାଁ ଲୋକ ନିଜ ସନ୍ତାନ ମାନକୁ ଆଣି ଏଠାରେ ମୁଣ୍ଡନ କରିଥବା ଦେଖାଯାଇଛି।ତିଗିରିଆ ପୋଲିସ ପକ୍ଷରୁ କଡା ସତର୍କତା ଅବଲମ୍ବନ କରାଯାଇଛି, ମନ୍ଦିର ଚାରିପଟେ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି,ଭକ୍ତ ବିହୁନେ ହୋଇଛି ଲୋଭି ଠାକୁରାଣୀ ଙ୍କ ମୁଣ୍ଡନ ଯାତ୍ରା ତାହା ପୁଣି କଡା ପୋଲିସ ସୁରକ୍ଷା ମଧ୍ୟରେ।

ଆଜିର ରାଶିଫଳ

Navembar 29 to decembar 5

Leave a comment

Your email address will not be published. Required fields are marked *