#Breaking News

୧୦ଡିଗ୍ରୀ ତଳେ କନ୍ଧମାଳ ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀଜାରୀ ଫୁଲବାଣୀ ୭ ଡିଗ୍ରୀ ଦାରିଙ୍ଗବାଡିରେ ପାରଦ ୮ ଡିଗ୍ରୀ ସେଲସିୟସ


ଫୁଲବାଣୀ-(ସୁନୀଲପଟନାୟକ)
କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି। ଗତ ଦୁଇତିନି ଦିନ ହେଲା ପୁଣି ଫୁଲବାଣୀସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ
୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ସୋମବାର ଆଜି ଫୁଲବାଣୀରେ ତାପମାତ୍ରାଆଜି ୭ ଡିଗ୍ରୀ ସେଲସିୟସ ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୮ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛି!
ସେହିପରି ଗତକାଲି ଫୁଲବାଣୀ ରେ ତାପମାତ୍ରା ୬ .୨ ଡିଗ୍ରୀ ଥିବାବେଳେ ଦାରିଂବାଡ଼ି ରେ ବି ୭ ଡିଗ୍ରୀ ସେଲସିୟସ ଥିଲା
ପ୍ରକୃତିରାଣି ପୁଣି ରଙ୍ଗ ବଦଳାଇଛି । ପତ୍ରରେ ଝଲସୁଛି ଶିଶିର ବୁନ୍ଦା । ତା ସାଙ୍ଗକୁ
ପ୍ରବଳ ଥଣ୍ଡା ଓ ଘନ କୁହୁଡି ଢାଙ୍କି ରଖିଛି ସାରା ସହରକୁ । ମୁହଁକୁ ମୁହଁ ମଧ୍ୟଦେଖାଯାଉନି । ଫଳରେ ସକାଳ ୮ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକ, ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ତିନିଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।
ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ ମାନେ ଥଣ୍ଡା ବଢିବା ଫଳରେ କାମକୁ ଯାଉ ନାହ।ନ୍ତି।
ସେହିପରି ଜ଼ିଲ୍ଲାର ବାଲିଗୁଡା , ରାଇକିଆ, ତୁମୁଡିବନ୍ଧ, କୋଟଗଡ ଚକାପାଦ ଆଦି ଅଞ୍ଚଳରେ ବି ଥଣ୍ଡା ର ପ୍ରକୋପ ବଢ଼ିବାରେ ଲାଗିଛି l ଏପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲୋକଙ୍କ ସୁଅ ଛୁଟୁଛି ।
ସେହିପରି ଜ଼ିଲ୍ଲାର ବାଲିଗୁଡା , ରାଇକିଆ, ତୁମୁଡିବନ୍ଧ, କୋଟଗଡ ଚକାପାଦ ଆଦି ଅଞ୍ଚଳରେ ବି ଥଣ୍ଡା ର ପ୍ରକୋପ ବଢ଼ିବାରେ ଲାଗିଛି l ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଲାଣି ସମସ୍ତଙ୍କୁ ।

ତେବେ ଏହି ଥଣ୍ଡା ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣି ଦେଇଥିବାବେଳେ ଗ୍ରାମାଞ୍ଚଳର ବୁଢା ବୁଢି ଓ ଗରୀବଙ୍କ ପାଇଁ ଦୁଃଖସାଜିଛି ।

Leave a comment

Your email address will not be published. Required fields are marked *