#Breaking News

ବିଡିଓ ହେବତ ଏମିତି.. କେରଳରୁ ଦାଦନଙ୍କ ଶବ ଗାଁ କୁ ଆଣିଲେ


ଫୁଲବାଣୀ (ସୁନୀଲ ପଟନାୟକ )
ସାଧାରଣତଃ ବିଡ଼ିଓମାନେ ଗାଁ ଲୋକ ଙ୍କ ସମସ୍ୟା ପ୍ରତି ଦ୍ରୁଷ୍ଟି ଦେଉନଥିବା ରୁ ଲୋକେ ବିଡ଼ିଓ ଙ୍କୁ ସମାଲୋଚନା କରୁଥିବା ସମସ୍ତେ ଜାଣନ୍ତି ହେଲେ ଏବେ ବିଡ଼ିଓ ହେବ ତ ଏମିତି କହି ବୁଲି ବୁଲି ଲୋକେ ପ୍ରଶଂସା କରୁଥିବା ଶୁଣିବାକୁ ମିଳିବା ପରେ କଥା କଣ ବୁଝୁ ବୁଝୁ ଜଣାପଡିଲା ଯେ ବିଡ଼ିଓ ସୁଦୂର କେରଳ ର ଜଣେ ଦାଦନ ର ମୃତଦେହ କୁ ନିଜସ୍ୱ ଉଦ୍ୟମ ରେ
ବାପା ମା ଙ୍କ ଶେଷ ଦର୍ଶନ ପାଇଁ ଗାଁ କୁ ଆଣିବା ସହ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଶେଷ କୃତ୍ୟ ରେ ସାମିଲ ମଧ୍ୟ ହୋଇଥିଲେ କୁଆଡେ l
ଏଭଳି ଦରଦୀ, ପରୋପକାରୀ ମହିଳା ବିଡ଼ିଓ ଜଣକ ହେଉଛନ୍ତିକନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବିଡ଼ିଓ ରୀନା ପ୍ରଧାନ l
ସେ ଏହିଖବର ଜାଣିବା ପରେସୁଦୂର କେରଳ ରେ ଟ୍ରେନ ଦୁର୍ଘଟଣା ରେ ମୃତ୍ଯୁ ବରଣ କରିଥିବା କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ର ବେଲଘର ଅଂଚଳ ର ଆଲୋକ ନାୟକ ଙ୍କ ଶବ କିପରି ଗାଁ କୁ ଆସିବ ସେନେଇ ଉଦ୍ୟମ କରିଥିଲେ l ବିଡ଼ିଓ ରୀନା ଙ୍କ ଉଦ୍ୟମ ସଫଳ ହୋଇଥିଲା ଆଉ ଶବ ଗାଁ କୁ ଆସିପାରିଥିଲା l
ଯାହା ଫଳରେ ବିଡ଼ିଓ ଙ୍କୁ ଏହି ବ୍ଲକ ଲୋକେ ଭୁରି ଭୁରି ପ୍ରଶଂସା କରିବାରେ ଲାଗିଛନ୍ତି lଗାଁ ରେ କାମ ମିଳୁଥିବା ସତ୍ୱେ ଆଲୋକ ବୃଦ୍ଧ ବାପା ମା ଙ୍କୁ ଭଲ ରେ ରଖିବା ଲାଗି ଅଧିକା ଉପାର୍ଜନ ପାଇଁ କେରଳ ଯାଇ କାମ କରୁଥିଲେ lଆଉ ସେଠାରେ ଅ ସାବଧାନତା ଯୋ ଗୁଁ ଟ୍ରେନଦୁର୍ଘଟଣା ରେ ମୃତ୍ଯୁ ଘଟିଥିବା ନେଇ ଖବର ଗାଁ କୁ ଆସିଥିଲା l ଏହି ଦୁଖଦ ଖ ବର ଶୁଣି ବୃଦ୍ଧ ବାପାମା ଦୁଃଖ ରେ ଭାଙ୍ଗି ପଡ଼ିଥିଲେ l
ଏତେ ଦୂରରୁ ପୁଅର ଶବ ଗାଁ କୁ ଆଣିବା ପାଇଁ ସେମାଙ୍କର ସମ୍ବଳ ନଥିଲା ତେବେ ବିଡ଼ିଓ ରୀନା ପ୍ରଧାନ ଙ୍କୁ ଜଣାଇବା ପରେ ତତକ୍ଷଣାତ ସେ ଆନ୍ତରିକତା ର ସହ ଉଦ୍ୟମ କରିଥିଲେ l
କେବଳ ସେତିକ ନୁହେଁ ବନ୍ୟl,ବାତ୍ୟା ଘରପୋଡି, ଦୁର୍ଘଟଣl ଭଳି ଆଦି ବିଭିନ୍ନ ସମୟରେ ଖବର ପାଇବା ମାତ୍ରେ ବିଡ଼ିଓ ଘଟଣା ସ୍ଥଳ ରେ ପହଂଚି ସହାୟତା ର ହାତ ବଢାଇଥାନ୍ତି l
ଲୋକଙ୍କ ଅଯଥା ରେ ଅଫିସକୁ ନ ଦଉଡା ଇ ସେମାନଙ୍କ ସମସ୍ୟା କୁ କମ ସମୟରେ ସମାଧାନ ବି କରିଥାନ୍ତି ଏହି ଲେଡି ବିଡ଼ିଓ ଜଣକ l
ଯାହା ଫଳ ରେ ସମସ୍ତ ଙ୍କ ମୁହଁରେ ବିଡ଼ିଓ ଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି l
ତେବେ ବିଡ଼ିଓ ଙ୍କ କାର୍ଯ୍ୟ ଦକ୍ଷତା, ସଚୋଟତା, ନିର୍ଭିକତା କୁ ଅଂଚଳ ର ହାତଗଣତି ନେତା ସହଜ ରେ ହଜମ କରିପାରୁନଥିବା ଦେଖାଯାଉଛି l ତେବେ ଲୋକଙ୍କ ସୁବିଧା ଅସୁବିଧା ଦୂର ସହ ଅଂଚଳ ର ବିକାଶ କୁ ସେ ପ୍ରାଥମିକତା ଦେଉଥିବା କହିଛନ୍ତି ମହିଳା ବିଡ଼ିଓ ରୀନା ପ୍ରଧାନ l
ରାଜ୍ୟ ରେ ରୀନା ଙ୍କ ପରି ବିଡ଼ିଓ କମ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ମାନେ ରିନା ଙ୍କ ଠୁ କିଛି ଶିଖିବା କଥା ବୋଲି ବୁଦ୍ଧିଜୀଵୀ ମାନେ ମତ ବ୍ୟକ୍ତ କରିଛନ୍ତି l

Leave a comment

Your email address will not be published. Required fields are marked *