#Breaking News

ଦର ବୃଦ୍ଧି ବିରୁଦ୍ଧରେ ଫୁଲବାଣୀ ରେ କଂଗ୍ରେସ ର ବିକ୍ଷୋଭ


ଫୁଲବାଣୀ (ସୁନୀଲ ପଟନାୟକ )
ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ଜିନିଷ ପତ୍ର ର ଦରବୃଦ୍ଧି ଜୋଂଗୁଁ ବିଶେଷ କରି ଗରିବ, ଖଟିଖିଆ, ଓ ମଧ୍ୟ ବିତ ଶ୍ରେଣୀ ର ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଆଜି ଫୁଲବାଣୀ ଠାରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା ପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେକେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l
ଜିଲା ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପି ସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ଯୁବ କଂଗ୍ରେସ ସଭାପତି ବସନ୍ତ କୁମlର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ସଂସାରୀ ଭୋଇ, ନନ୍ଦ କିଶୋର ଦାଶ, ରଜତ ମହାନ୍ତି, ଶ୍ରମିକ ନେତା ଘନ ଶବର, ସରୋଜ ପ୍ରଧାନ, ଯୁବ ନେତା ସଞ୍ଜୟ କହଁର, ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ଦର ନ କମାଇଲେ ଖାଉଟି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଆଗକୁ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *