#Uncategorized

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ବନ୍ଦର ପ୍ରଭାବ


ଫୁଲବାଣୀ-( ସୁନୀଲ ପଟନାୟକ)
ଆଜି ବିଭିନ୍ନ ଦାବୀ ପୁରଣ ନେଇ କୃଷକମାନଙ୍କ ୧୨ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଦେଖିବାକୁ ମିଳିଛି । ଶୁକ୍ରବାର ଫୁଲ ବାଣୀ ସହରରେ ସମସ୍ତଦୋକାନବଜାର , ଗାଡି ମଟର ଚଳାଚଳ ବନ୍ଦ ଥିବା ଦେଖାଯାଇଥିଲା। ବେସରକାରୀ କିମ୍ୱା କୌଣସି ସରକାରୀ ବସ ଚଳାଚଳ କରି ନ ଥିଲା।
ସେହିପରି ଜିଲ୍ଲାର ବାଲିଗୁଡା,ଜିଉଦୟଗିରି। ଫିରିଙ୍ଗିଆ, ଖଜୁରୀପଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, କ..ନୁଆଗାଁ, ଟିକା ବାଲି, ଦାରିଙ୍ଗବାଡି ଆଦି ବିଭିନ୍ନ ସ୍ଥାନରେ ଦୋକାନବଜାର ସବୁ ବନ୍ଦ ଥିଲା। ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ଛକ ଓ ଗୁରୁତ୍ଵପୂର୍ଣ୍ଣ ସ୍ଥାନମାନଙ୍କରେ ପୋଲିସ ମୃତୟନ କରାଯାଇଥିଲା। ତେବେ ବିଭିନ୍ନ ସରକାରୀ ଅଫିସ 6ଖାଲା ଥିବା ଦେଖାଯାଇଥିଲା। ସରକାରଙ୍କ ନିୟମ ମାନି ସରକାରୀ କର୍ମଚାରୀ ମାନେ ଶିଘ୍ର ଅଫିସ୍ ଆସିଥିବା ଦେଖାଯାଇଥିଲା।
କୃଷକମାନଙ୍କ ବନ୍ଦ ଡାକରା ଯୋଗୁଁ ସରକାର ପୂର୍ବରୁ ଘରୋଇ ସ୍କୁଲ, କଲେଜ ଆଦି ବନ୍ଦ ଘୋଷଣା କରିଛନ୍ତି।
କୃଷକ ଓ କୃଷିର ସ୍ଵାର୍ଥ ବିରୋଧରେ କର୍ପୋରେଟ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ୩ଟି କଳା କୃଷି ଆଇନକୁ ରଦ୍ଦ କରିବା ଦାବୀ ସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା, ଓ ଦରଦାମ ବୃଦ୍ଧି ପ୍ରଭୃତି ଦାବୀରେ ଓଡିଶାରେ ଏହି ବନ୍ଦ ପାଳନ କରାଯାଇଥିଲା।
ନବନିର୍ମାଣକୃଷକ ସଂଗଠନ ପକ୍ଷରୁ ରାଜ୍ୟରେ ବନ୍ଦ ପାଳନ କରାଯIଇଥିବାବେଳେ ବିଭିନ୍ନ ଚାଷୀ ସଂଗଠନ ସମେତ ଏହାକୁ କଂଗ୍ରେସ ଓ ବାମପନ୍ଥୀ ଦଳ ମଧ୍ୟ ସମର୍ଥନ କରି ଏହିବନ୍ଦକୁ ସଫଳ କରିଥିଲା। ତେବେ ସମଗ୍ର କନ୍ଧମାଳ ଜିଲ୍ଲାରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯା ଉଛି । ଜିଲ୍ଲା କଂଗ୍ରେସ ସଭାପତି ଅନାମ ନା ଏକ, ଚାଷୀନେତା ଚ଼ାଣକ୍ୟ କହଁର ଯୁବ କଂଗ୍ରେସ ସଭାପତି ବସନ୍ତ ପାଢି, ଆଇଏନଟିୟୁସିନେତା ଘନ କୁମାର ଶବର ପ୍ରମୁଖ ନେତୃତ୍ଵରେ ବନ୍ଦ ସଫଳ ହୋ ଇଥିବା ଜଣାପଡିଛି I,

Leave a comment

Your email address will not be published. Required fields are marked *