#Breaking News

ନିରାଶ୍ରୟ ରେ ଅନ୍ୱେଷା ଛାତ୍ରଛାତ୍ରୀଙ୍କ ଅଭିଭାବକ : ରାଜରାସ୍ତା ଘେରିବାକୁ ଚେତାବନୀ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ କିଭଳି ଇଂରାଜୀ ଶିକ୍ଷା ପଦ୍ଧତି ର ଉନ୍ନତି କରଣ ପାଇଁ ଛାତ୍ରଛାତ୍ରୀଙ୍କ ବର୍ଷକୁ ମୁଣ୍ଡ ପିଛା ୩୦୦୦୦ ଟଙ୍କା ଦେଇ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ତାହା ବି ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୫ ସର୍ଗିଫୁଲ କାର୍ଯ୍ୟକ୍ରମରେ ଉଦଘାଟନ କରିଥିଲେ। ରାଜ୍ୟର ୧୭ ଟି ଜିଲ୍ଲାରୁ ୫୦୦୦୦ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। କିନ୍ତୁ ଦୁଃଖର ବିଷୟ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ର ଛାତ୍ରଛାତ୍ରୀ ଏହି ଯୋଜନାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଯାହାକୁ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ସୂଚନା ଅନୁସାରେ ବାଲିଗୁଡ଼ା ବିଧାନ ସଭା ମଣ୍ଡଳୀର କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ ନୂଆଗାଁ ବ୍ଲକର ଅନେକ ଗ୍ରାମ ଦୁର୍ଗମ ଅଞ୍ଚଳରେ ରହୁଥିବା ବେଳେ କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ ସଦର ମହକୁମାରେ ଇଂରାଜୀ ଭାଷାରେ ଶିକ୍ଷା କରଣ ବ୍ୟବସ୍ଥା ନଥିବା ନିମନ୍ତେ ବାଲିଗୁଡ଼ାରେ ସଦର ମହକୁମାର ୨ଟି ସ୍କୁଲ ତଥା ସେଣ୍ଟ ଜୋନ୍ ଇଂରାଜୀ ସ୍କୁଲ୍ ଓ ପାଟଖଣ୍ଡା ପବ୍ଲିକ ସ୍କୁଲରେ ୭୨ ଜଣ ଛାତ୍ରଛାତ୍ରୀ ଡେ ସ୍କୋଲାରରେ ଅଧ୍ୟୟନ କରିଥିଲେ। ଏବେ ନୂତନ ନିୟମ ଅନୁଯାୟୀ ଡେ ସ୍କୋଲାର ଉଠିଯାଇ ଆବାସିକ ବିଦ୍ୟାଳୟରେ ରହି ଏହି ଶିକ୍ଷା ପଦ୍ଧତି ଗ୍ରହଣ କରିବା ନେଇ ନିୟମ ଜାରି କରିଥିବାରୁ ଏବେ ବାଲିଗୁଡ଼ାରେ ଏହି ୭୨ ଅନ୍ଵେସା ଯୋଜନାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତାରିତ୍ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ କଡ଼ା ନିର୍ଦ୍ଦେଶ ନାମା ସ୍କୁଲ ଗୁଡିକକୁ ଜାରି କରିଛନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ। ଏବଂ ଅଭିଯୋଗ ମଧ୍ୟ ଆଣିଛନ୍ତି l ଯଦି ଜିଲ୍ଲାର ଫୁଲବାଣୀ ଠାରେ ଅନ୍ଵେସା ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଛାତ୍ରାବାସ ଟିକାବାଲି, ଓ ଜି.ଉଦୟଗିରି ଠାରେ ଛାତ୍ରାବାସ ନିର୍ମାଣ କରାଯାଇ ପାରିଲା। ତାହାହେଲେ ବାଲିଗୁଡ଼ା ଗୋଟିଏ ଓଡିଶା ର ବୃହତ ଉପଖଣ୍ଡ ହୋଇଥିଲେ ମଧ୍ୟ କାହିଁକି ଛାତ୍ରାବାସ ନିର୍ମାଣ କରାଯାଇ ପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠେଇଛନ୍ତି ଅଭିଭାବକ। ଯଦି ତିନୋଟି ବିଧାନ ସଭା ମଣ୍ଡଳୀ ର ନିର୍ବାଚନ ସଦର ମହକୁମା ଠାରେ ହଷ୍ଟେଲ ନିର୍ମାଣ କରିଥିଲେ ତିନି ବିଧାନ ସଭା ମଣ୍ଡଳୀର ଛାତ୍ରଛାତ୍ରୀ ଉପକୃତ ହୋଇଥାନ୍ତେ। କିନ୍ତୁ ଅନ୍ୟ ପାଶ୍ୱର୍ରେ ଫୁଲବାଣୀ ଠାରୁ ୪୦ କିଲୋମିଟର ବ୍ୟବଧାନରେ ହଷ୍ଟେଲ ନିର୍ମାଣ କରାଯାଇ ପାରିଲା ଏନେଇ ବୁଦ୍ଧି ଯିବି ମହଲରେ ସମାଲୋଚନା ସୃଷ୍ଟି ହେଉଛି। ଆଗକୁ ଅଭିଭାବକ ମାନେ ନିଷ୍ପତି ନେଇଛନ୍ତି ଯେ ହଷ୍ଟେଲ କୁ ନଛାଡ଼ି ଡେ ସ୍କୋଲାର ରେ ପଢ଼ାଇବା ପାଇଁ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ୮୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କଣ ପଦକ୍ଷେପ ନେଉଛନ୍ତି। ଆଗକୁ ଏହାର ସମାଧାନ କରାନଗଲେ ରାଜ ରାସ୍ତା ଓହ୍ଲାଇବେ ବୋଲି ଅନ୍ଵେଷା ଛାତ୍ରଛାତ୍ରୀ ସଂଘର ସଭାପତି ନରେଶ ନାୟକ ଚେତାବନି ଦେଇଛନ୍ତି l

Leave a comment

Your email address will not be published. Required fields are marked *