#Breaking News

ଶିକ୍ଷା, ସ୍ୱାସ୍ଥ୍ୟ, ପେଶା ଆଇନ ସମାଧାନ ନେଇ ସ୍ବେଛାସେବୀ ମହାସଂଘ ବୈଠକ


ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସ୍ବେଛାସେବୀ ମହାସଂଘ ର ଏକ କାର୍ଯ୍ୟ କାରିଣୀ ବୈଠକ ସୋମବାର ତୁମୁଡିବନ୍ଧ ବ୍ଲକ ମୁଣ୍ଡୀଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ସ୍ବେଛାସେବୀ ତଥା ଅଧ୍ୟକ୍ଷ ରାମ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ l
ଆଗାମୀ ତିନିବର୍ଷ ଲାଗି କେଉଁ ସବୁ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇ ଦୃଢ଼ୀକରଣ କରାଯାଇଥିଲା lରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହ ସୁସମ୍ପର୍କ ଓ ଉତ୍ତମ ବୁଝାବଣା ରଖି କିଭଳି ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଦାଦନ ସମସ୍ୟା, ପାନୀୟ ଜଳ ଆଦି ସମସ୍ୟା ଗୁଡିକ ସମାଧାନ ଦିଗରେ ମହାସଂଘ ଯେପରି ସର୍ବଦା ଉଦ୍ୟମ କରିବ ସେଥିପ୍ରତି କର୍ମକର୍ତା ମାନେଦାୟିତ୍ୱବାନ ହୋଇ ନିଷ୍ଠା, ଓ
ଆନ୍ତରିକତା ର ସହ କାର୍ଯ୍ୟ କରିବାଲାଗି ସଦସ୍ୟ ମାନେ ମତ ବ୍ୟକ୍ତ କରିଥିଲେ l ସେହିପରି ଆବାହକ ତଥା ବିଶିଷ୍ଟ ସମାଜସେବୀ ଇଂ. ହରିଶଙ୍କର ରାଉତ ମହାସଂଘ ସଦସ୍ୟ ମାନଙ୍କ ସ୍ୱାର୍ଥ ରକ୍ଷା ସହ ଏହି ମହାସଂଘ ରାଜ୍ୟ ର ଏକ ଆଦର୍ଶ ଓ ଅଗ୍ରଣି ମହାସଂଘ ଭାବରେ ଯେପରି କାର୍ଯ୍ୟ କରି ସୁନାମ ଅର୍ଜନ କରିବ ସେଥିପ୍ରତି ସର୍ବଦା ଧାନ ଦିଆଯିବବୋଲି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବନବାସୀ ସେବାସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଜାଗୃତିସମ୍ପl ଦକ କୈଳାସ ଦଣ୍ଡପାଟ, ଲିଙ୍ଗରାଜ ପ୍ରଧାନ, କେଶ ମତି ପ୍ରଧାନ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ୍ନ ନାୟକ, ସାବିତ୍ରୀ ଦେବୀ, ପ୍ରଦାତା ମୁଖ୍ୟ ପ୍ରଦୀପ ଦାସ,ଜଳନ୍ଧର ବେହେର୍ଦାଲେଇ, ଶାନ୍ତନୁମିଶ୍ର, ଫାଦେ ର ମଦନ ସୁଆଲ ସିଂ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ l
ଆବାହକ ଇଂ ରାଉତ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ସମସ୍ତ ଙ୍କ ଆନ୍ତରିକ ସହଯୋଗ ରହିଲେ ମହାସଂଘ ଆଗକୁ ବଢିବ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *