#Breaking News

ଜଣେ ଯନ୍ତ୍ରୀଙ୍କୁ ୪ପଞ୍ଚାୟତ, କାର୍ଯ୍ୟ ତଦାରଖ ହେଉନି

,
ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
ଯନ୍ତ୍ରୀ ଅଭାବ । ଫଳରେ ଜଣେ ଯନ୍ତ୍ରୀ ୪ଟି ପଞ୍ଚାୟତ ଦାୟିତ୍ଵରେ ଅଛନ୍ତି । ହେଲେ ୪ଟି ପଞ୍ଚାୟତ ଦାୟିତ୍ଵରେ ରହୁଛନ୍ତି ତେବେ କାର୍ଯ୍ୟ ସଠିକ ତଦାରଖ କରିପାରୁନାହି।ନ୍ତି । ଫଳରେ ବ୍ଲକ ପକ୍ଷରୁ ହାତକୁ ନିଆଯାଉଥିବା ଉନ୍ନ ୟନ୍ନ କାର୍ଯ୍ୟ ନିମ୍ନମାନର କରି ଠିକ ଦାର ମାଲାମାଲ ହେଉଛନ୍ତି । ଯନ୍ତ୍ରୀ କାମ ଦେଖି କୁ ଆଡେ ପିସିନେ ଇ ବିଲ କରିଦେଉଥିବା ଅଭି ଯୋଗ ହେଉଛି । ଏଭଳି ଅଭିଯୋଗ ଶୁଣିବାକୁ ମିଳୁଛିଖଜୁରୀପଡ଼ା ବ୍ଳକରେ ।
ବ୍ଲକ ଅଧିନରେ ୧୪ଟି ଗ୍ରାମପଞ୍ଚାୟତ ରହିଛି । ହେଲେ ୨ଜଣ ମହିଳାଯନ୍ତୀକୁ ମିଶାଇ ଅଛନ୍ତି ୫ଜଣ ଯନ୍ତ୍ରୀ।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ମହିଳା ଯନ୍ତୀ ଜଣଙ୍କୁ ୪ଟି ପଞ୍ଚାୟତ ଦାୟିତ୍ଵ ଦିଆଯାଇଥିବାବେଳେ ଅନ୍ୟଜଣେ ମହିଳା ଯନ୍ତ୍ରୀଙ୍କୁ ୨ଟି ପଞ୍ଚାୟତ ଦାୟିତ୍ଵ ଦିଆଯାଇଛି। ହେଲେ ବିଜୟପ।ତ୍ର ନାମକ ଯନ୍ତ୍ରୀ ମାତ୍ର ଗୋଟିଏ ପଞ୍ଚାୟତ ଦାୟୀତ୍ଵରେ ଅଛନ୍ତି ।
କେବଳ ଏହି ଗୋଟିଏ ବ୍ଲକ ନୁହେଁ ଜିଲ୍ଲାରେ ଏଭଳି ଅନେକ ଯନ୍ତ୍ରୀ ଅଛନ୍ତି ଯେଉମାନେ ୪/୫ପଞ୍ଚାୟତ ଦାୟିତ୍ଵରେ ଅଛନ୍ତି ।
ଜିଲ୍ଲାରେ ୧୨ଟି ବ୍ଲକରେ ୧୭ ୧ଟି ପଞ୍ଚାୟତ ରହିଥିଲେ ମଧ୍ୟ ଯନ୍ତ୍ରୀ ସଂଖ୍ୟା ଶ ହେରୁ କମ ଅଛନ୍ତି । ଫଳରେ ଜଣେ ଯନ୍ତ୍ରୀ ଙ୍କୁ ଅଧିକା ପଞ୍ଚାୟତ ଦାୟିତ୍ଵ ଦିଆଯାଇଥିବା କୁହାଯାଇଛି।
ସେହିପରି ଜିଲ୍ଲାରେ ସହ କ।ରି ଯନ୍ତ୍ରୀ ପଦବୀ ମଧ୍ୟ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଟିକା ବାଲି, କ’ ନୁଆଗାଁ, ବାଲିଗୁଡ଼ା ଆଦି ବ୍ଳକରେ ଖାଲି ପଡିଛି ।
ଏଭଳି ସ୍ଥିତିରେ ଜିଲ୍ଲାରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ କିଭଳି ଚାଲୁଥିବ ଏଥିରୁ ସ୍ପଷ୍ଟ ବାରି ହେଉଛି ।
ସରକାର ଖାଲି ପଡିଥିବା ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀପଦବୀ ପୁରଣ କରିବାକୁ ଦାବୀ ହେଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *