ଲଦାଖ ସୀମାରେ ୫ ହଜାର ଚୀନ ସେନା, ଜବାବରେ ନିଜର ସୈନ୍ୟ ସଂଖ୍ୟା ବଢାଇଲା ଭାରତ

admin | May 25, 2020 | 100 views |0 | Exclusive

ନୂଆଦିଲ୍ଲୀ : ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି । ଉଭୟ ପକ୍ଷର ବହୁ ସାମରିକ ଯାନ ସୀମା ନିକଟରେ ରହିଛି ।ସୀମା ସେପଟେ ଚୀନ ସେନା ପକ୍ଷରୁ ଏକ ବଡ଼ଧରଣର ସମରାଭ୍ୟାସ ଚାଲିଥିବାରୁ ଭାରତୀୟ ସେନା ସତର୍କ ହୋଇଯାଇଛି । ଚୀନର ମୁକାବିଲା କରିବାକୁ ଭାରତୀୟ ସେନାର ୮୧ ଓ ୧୧୪ ବ୍ରିଗେଡକୁ ନିୟୋଜିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗଲଓ୍ଵାନ ନାଲା ଅଞ୍ଚଳରେ ଚୀନ ସେନା ପକ୍ଷରୁ ସଡ଼କ ନିର୍ମାଣ ଚାଲିଥିବାରୁ ଭାରତୀୟ ସେନା ତାହାର ବିରୋଧ କରିଛି । ଏହା ସତ୍ତ୍ୱେ ଚୀନ ନିଜର ନିର୍ମାଣ କାମ ଜାରି ରଖିଛି । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଭାରତ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଉଥିବାରୁ ଚୀନ ତାହାର ବିରୋଧ କରିଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ ସେକ୍ଟରରେ ମଧ୍ୟ ଚୀନ ସେନାର ଅନୁପ୍ରବେଶ ବଢିଚାଲିଥିବାରୁ ଭାରତୀୟ ସେନା ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି ।ଚୀନ ସୀମାରେ ଭାରତୀୟ ସେନା ଦୀର୍ଘ ଦିନ ଧରି ରହିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚୀନ ସେନା ପଛକୁ ହଟୁ ନଥିବାରୁ ଭାରତୀୟ ସେନା ଏହି ନିଷ୍ପତ୍ତି ନେଇଛି ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories