#Breaking News

ଫୁଲବାଣୀ ଆଲାମୀ ପଞ୍ଚାୟତ ଅଫିସ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟ ସାମଗ୍ରୀ ଲୁଟ


ଫୁଲ ବାଣୀ-(ସୁନୀଲପଟନାୟକ)
ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆଲାମୀ ପଞ୍ଚାୟତର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ମୁଲ୍ୟର ଆସବାବପତ୍ର ସମେତ ମୂଲ୍ୟବାନ କଂପ୍ୟୁଟର, ବେଟେରୀ ,ଇନଭର୍ଟର ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ ହୋଇଯାଇଛି । ଏନେଇ ସଦର ଥାନାରେ ଏତଲା ଦିଆଯାଇଛି। ଚୋରୀ ହେବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ।
ଅନ୍ଧାରରେ ବାଡି ବୁଲାଉଛି ପୋଲିସ ।
ଏପଟେ ଜିନିଷପତ୍ର ସବୁ ଚେ।ରୀ ହୋଇଯାଇଥିବାରୁ କାମ କିଛି ହୋଇ ପାରୁନି।
ସଦର ପୋଲିସ ତଦନ୍ତ କରୁଥିବା କହିଛି ।
ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିବାକୁ ଦାବୀ କରିଛନ୍ତି ପଞ୍ଚାୟତବାସୀ ।

Leave a comment

Your email address will not be published. Required fields are marked *