#Uncategorized

ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ, ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ


ଭୁବନେଶ୍ୱର,(ଉଲାପ୍ର)ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ସୋମବାର ଠାରୁ ଦୁଇ ଦିନିଆ ଧର୍ମଘଟରେ ସାମିଲ ହେଉଛନ୍ତି । ଦେଶବ୍ୟାପୀ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ।
ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ସଂଘଗୁଡ଼ିକର ମିଳିତ ମଞ୍ଚ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‌ବିୟୁ) ଏହି ଧର୍ମଘଟ ଡାକରା ଦେଇଛି । ୟୁଏଫ୍‌ବିୟୁ ଅଧୀନରେ ଥିବା ସଂଘଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି । ଉଭୟ ଦିନରେ ବ୍ୟାଙ୍କ ଶାଖା ଏବଂ କାର୍ଯ୍ୟାଳୟଗୁଡ଼ିକରେ ଟଙ୍କା ଉଠାଣ ଏବଂ ଜମା ସହିତ ଚେକ୍‌ କ୍ଲିୟରାନ୍ସ ପ୍ରଭାବିତ ହେବ । ଘରୋଇ ବ୍ୟାଙ୍କ ଗୁଡ଼ିକ ଉପରେ ଧର୍ମଘଟର କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିଜ ନିଜ ଗ୍ରାହକମାନଙ୍କୁ ଧର୍ମଘଟ ନେଇ ସୂଚିତ କରିଦେଇଛନ୍ତି ।

Leave a comment

Your email address will not be published. Required fields are marked *