#Uncategorized

ବିଜେପି କୃଷକ ମୋର୍ଚ୍ଚା ର୍ ବିକ୍ଷୋଭ,

ବିଜେପି କୃଷକ ମୋର୍ଚ୍ଚା ର୍ ବିକ୍ଷୋଭ,ଆଠଗଡ
ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜେପି କୃଷକ ମୋର୍ଚାର କର୍ମୀମାନେ ଆଜି ଆଠଗଡ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି,ରାମନାରାୟନ ମହାନ୍ତି ଓ ପ୍ରଦୀପ ସାହାଙ୍କ ନେତୃତ୍ବରେ ଏକ ରାଲି ଶୋଭାଯାତ୍ରା ଆଠଗଡ ସହର ପରିକ୍ରମା କରିବା ପରେ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି, ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଓ ଚାଷୀଙ୍କ ଠାରୁ ଧାନ କିଣା ନହେବା ପ୍ରତିବାଦରେ ବିଜେପି କୃଷକମୋର୍ଚାର କର୍ମୀ ମାନେ ବିକ୍ଷୋଭ କରିଥିଲେ,ଏହି ବିକ୍ଷୋଭରେ ବିଭୁଦତ ପଟନାୟକ, ସରୋଜ ରଣା, ହୃଷିକେଶ ଜେନା,ପ୍ରକାଶ ସେଠୀ, ବିବେକାନନ୍ଦ ବେଉରା ,ବିଜୟ କୁମାର ଦଲବେହେରା ପ୍ରମୁଖ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *