#Breaking News

ନିଷ୍ଠା ପରିବାର ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର


ବରଗଡ଼,ମାଁ ମାଉଲୀ କଲ୍ୟାଣ ମଣ୍ଡପ,ମାଲିପାଲି,ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଂକ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର କୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି ଉଦ୍ଘାଟନ କରିଥିଲେ ଓ ରକ୍ତଦାତାଂକୁ ଉତ୍ସାହିତ କରିଥିଲେ।ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ମୋଟ ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିର ପରିଚାଳନା ରେ ନିଷ୍ଠା ପରିବାର ଉପଦେଷ୍ଟା ଦୁର୍ବାଦଳ ଷଡଙ୍ଗୀ ,
ସଭାପତି ରକ୍ଷପାଳ ସାହୁ କୋଷାଧ୍ଯକ୍ଷ ଶ୍ୟାମସୁନ୍ଦର ସାହୁ ଙ୍କ ସମେତ ନିଷ୍ଠା ର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ। ବିଶେଷ କରି ମାଳିପାଲି ର ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଶିବିର କୁ ସଫଳ କରିଥିଲେ।

Leave a comment

Your email address will not be published. Required fields are marked *