#Uncategorized

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କୃଷିମେଳା ଉଦଘାଟିତ

ଫୁଲ ବାଣୀ-( ସୁନୀଲପଟନାୟକ)ଫୁଲ ବାଣୀ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଦୁଇଦିନିଆ ଜିଲ୍ଲା ସ୍ତରୀୟକୃଷିମେଳା ବୁଧୁବାର ଉଦଯାପିତ ହୋଇ ଯାଇଛି ।
ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇ କୃଷିମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ। ଏଥି ସହ କନ୍ଧମାଳ ଜିଲ୍ଲାରେ କୃଷକମାନଙ୍କ ଉନ୍ନତି ପାଇଁ ସରକାର ବି ଭିନ୍ନ ପ୍ରକାର ଯୋଜନାମାନ ପ୍ରଣୟନ କରିଛନ୍ତି ଏଣୁ ଏହି ସୁଯୋଗ ହାତ ଛଡା ନକରି ଏହାର ଫାଇଦା ନେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।
ସେହିପରି ଜମିକୁ ପଡିଆ ନପକାଇ , କୃଷି ବିଭାଗ ଅଧିକାରୀଙ୍କ ସହ ପରାମର୍ଶ ନେଇ ବର୍ଷସାରା ଚାଷ କଲେ ବେଶ ଲାଭବାନ ହୋଇପାରିବେ ବୋଲି ଫୁଲ ବାଣୀକୃଷି ଅଧିକାରୀ ରବୀ ନିରାୟଣ ନାୟକ କହିଥିଲେ
ଅନ୍ୟମାନଙ୍କ ମଧ୍ୟରେ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ । ସମ୍ମାନିତ ଅତିଥିଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ସୁବିଧାରେ ଚାଷୀଙ୍କଜମିରେ ଫାର୍ମ ପଣ୍ଡ କରାଯାଉଛି ଏହାର ସୁବିଧା ନେବା ଲାଗି କହିଥିଲେ। ଫାର୍ମ ପଣ୍ଡ ମାଧ୍ୟମରେ ପନି ପରିବା ଚାଷ ସହ ମାଛ ଚାଷ ମଧ୍ୟ କରି ଲାଭବାନ ହୋଇପାରିବେ ବୋଲି କହିଥିଲେ।
ସେହିପରି ଦାୟିତ୍ଵରେ ଥିବା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶ୍ରିମତି କବିତା. ରଥ, କୃଷି ନିର୍ବାହି ଯନ୍ତ୍ରୀ ଇଂ ସତ୍ୟନାରାୟଣ ରାଉତ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର,ଏପି ଡି ଜଳଛାୟା ବିଭାଗ ସୁରେଶ ପଟନାୟକ,ଏଏ ଓ ବିରଞ୍ଚିନାରାୟଣ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଉନ୍ନତମାନର ବିହନ ଓ କୃଷି ଯନ୍ତ୍ରପାତୀ ବ୍ୟବହାର କଲେ ଉତ୍ପାଦନ ବୃଦ୍ଧି ପାଇବ ଓ ଚାଷୀର ଅର୍ଥନୈତିକ ଉନ୍ନତି ଘଟିବ ବୋଲି ମତ ଦେଇଥିଲେ।
ଏହି କୃଷି ମେଳାରେ ବିଭିନ୍ନ ବ୍ଲକର ଶତାଧିକ
ଚାଷୀ ଯୋଗଦେଇଥିଲେ।

Leave a comment

Your email address will not be published. Required fields are marked *