#Uncategorized

ଶ୍ରୀ ଶ୍ରୀ ନୃସିଂହ ନାଥ ଙ୍କ ମନ୍ଦିର ଆସନ୍ତା ୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲାଯିବ


ବରଗଡ଼: ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଧନ ପାହାଡ଼ ତଳେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହ ନାଥ ମନ୍ଦିର ଆସନ୍ତା ୬ ତାରିଖ ରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବା ବୋଲି ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ଆଜି ମନ୍ଦିର ଅତିଥି ଭବନ ରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କୋଭିଡ କଟକଣା ଯୋଗୁଁ ଅନ୍ୟ ମନ୍ଦିର ପରି ଏହି ମନ୍ଦିର ମଧ୍ୟ ଗତ ମାର୍ଚ୍ଚ ୧୮ ତାରିଖ ରୁ ଶ୍ରଦ୍ଧାଳୁ ଙ୍କ ଦର୍ଶନ ବନ୍ଦ ରହିଥିଲା।
ତେବେ ମନ୍ଦିର ଖୋଲିବା ପରେ ପ୍ରଥମେ ଆସନ୍ତା ୬ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ କେବଳ ବରଗଡ଼ ଜିଲ୍ଲା ର ଭକ୍ତ ମାନେ ଠାକୁର ଦର୍ଶନ ନିମନ୍ତେ ନିଷ୍ପତ୍ତି ହେଇଥିଲା। ଶ୍ରଦ୍ଧାଳୁ ମାନେ ସଙ୍ଗରେ ଯେ କୈ।ଣସି ଫଟୋ ପରିଚୟ ପତ୍ର ନେଇ କି ଆସିବାକୁ ଅନୁରୋଧ କରାଯାଉଛି। ସେହିପରି ମନ୍ଦିର ପରିସର ମଧ୍ୟରେ ସମ୍ପୂର୍ଣ୍ଣ କୋଭିଡ ନିୟମ ପାଳନ କରାଯିବ। ଭକ୍ତ ମାନେ ମାକ୍ସ ପରିଧାନ, ସାମାଜିକ ଦୂରତା ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନଡ଼ିଆ ବ୍ୟତୀତ ଅନ୍ୟ ଭୋଗ ଠାକୁର ଙ୍କ ଠାରେ ଅର୍ପଣ କରାଯିବ ନାହିଁ। ଝରଣା ରେ ଗାଧୋଇବା ସମ୍ପର୍ଣ୍ଣ ବାରଣ କରାଯାଇଛି। ଷାଠିଏ ବର୍ଷ ରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ପାଇଁ ପ୍ରବେଶ ନିଷେଧ କରାଯାଇଛି।
ଉକ୍ତ ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ ଦରଓ୍ବ।ନ, ତହସିଲଦାର ମନୋଜ କୁମାର ମେହେର,ବିଡ଼ିଓ ସୁରେନ୍ଦ୍ର କୁମାର ମେହେର, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପିଣିଗ୍ରାହୀ, ଥାନାଧିକାରୀ ବିଶ୍ବଜିତ ମନବୋଧ ଓ ମନ୍ଦିର କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *