#Breaking News #District

ପ୍ରଧାନ ମନ୍ତ୍ରୀ ଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟି ର ଦାବୀପତ୍ର ପ୍ରଦାନ


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ଗୁରୁବାର ସନ୍ଧ୍ୟା ରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଙ୍କ ନେତୃତ୍ବରେ ରେ କନ୍ଧମାଳ ଜିଲ୍ଲାପାଳ ଆଶିଶ ଇଶ୍ଵର ପାଟିଲ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l
ଏହି ସ୍ମାରକ ପତ୍ର ରେ ଗୋପାଲ ପୁର୍ – ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି l
ଅନ୍ୟମାନଙ୍କ ମଧ୍ୟରେ
ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ସମାଜସେବୀ ଅଶୋକ ପରିଡା, ,ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଦିଗାଲ, ରାଜେନ୍ଦ୍ର ପାଢି, ପ୍ରମୋଦ ସାହୁ, ମଧୁସୂଦନ ସାହୁ, ସତ୍ୟ ପ୍ରିୟ ମହାନ୍ତି
ପ୍ରମୂଖ ଉପସ୍ଥିତ ଥିଲେ l
ସ୍ଥାନୀୟ ଲୋକପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ କତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର,ଓ ରି ଡେଲ କତୃପକ୍ଷ ଙ୍କୁ ଗତ ଏକ ସପ୍ତାହ ରୁ ଅଧିକ ଦିନ ହେଲା ଏ ନେଇ ସ୍ମାରକ ପତ୍ର ଦିଆଯାଇଥିଲେ ମଧ୍ଯ କୌଣସି ଉତ୍ତର ନ ମିଳିବା ରୁ ଉଦବେଗ ପ୍ରକାଶ କରିବା ସହ ପୁଣି ଥରେ ଜିଲ୍ଲାପାଳ କନ୍ଧମାଳ ଜରିଆରେ ରିମାଇଣ୍ଡର ଦିଆଯାଇଥିଲା l

Leave a comment

Your email address will not be published. Required fields are marked *