#Breaking News #Uncategorized

ଲକଡ଼ାଉନରେ ଆଦିବାସୀ ମହିଳଙ୍କୁ ରୋଜଗାର ଯୋଗାଉଛି ଠୁରୀ ଆମ୍ବ


ଫୁଲବାଣୀ- (ସୁନୀଲ ପଟନାୟକ)
ଏବେ ଆମ୍ବ ରୂତୁ । ଫୁଲବାଣୀ ସହର ରୁ ଆରମ୍ଭ କରି ଜିଲ୍ଲାର ସବୁଠାରେ ଧାଡିକି ଧାଡ଼ି ଠୁରି ଆମ୍ବର ପସରା ଦେଖିବାକୁ ମିଳୁଛି । ଗ୍ରାହକ ମାନେମଧ୍ୟ ବେଶ ଖୁସିର ସହ ଏହି ଆମ୍ବକିଣିନେଉଛନ୍ତି । ସକାଳୁ ସକାଳୁ ଫୁଲ ବାଣୀ ସହରର ଗୋପବନ୍ଧୁ ଛକ, ମାଦି କୁନ୍ଦା ଛକ, ମେଡିକାଲ ଛକ ,ଡିଆରଡିଏ ଛକରେ ବିଶେଷକରିଆଦିବାସୀ ମହିଳାମାନେ ଠୁରୀ ଆମ୍ବର ପସରା ମେଲାଇ ବସିଥାନ୍ତି । ଏହି ଆମ୍ବ ମହିଳାମାନେ ଜଙ୍ଗଲରେ ବୁଲି ସଂଗ୍ରହ କରି ଥାନ୍ତି। ଆଉ ତାକୁ ଟୋକେଇ ରେ ଧରି ସହରକୁ ମୁଣ୍ଡରେ ମୁଣ୍ଡାଇ ଆଣିଥାନ୍ତି। ଠୁରୀ ଆମ୍ବ ଖାଇ ବାକୁ ପାଟିକୁ ବେଶ ଭଲ ଲାଗିଥାଏ । ଫଳରେଖଟା ମିଠା ସ୍ଵାଦଯୁକ୍ତ ଏହି ଠୁରୀ ଆମ୍ବର ଚାହିଦା ବେଶି । ତାସାଙ୍ଗକୁ ବଜ।ରରେ ମିଳୁଥିବା ବାଇଗଣ ପଲାଇ,ଆଖୁରସ . ସୁନ୍ଦରୀ, ଆମ୍ରପାଲି ଆଦିଅନ୍ୟ ଆମ୍ବ ତୁଳନାରେ କୌଣସି ଗୁଣରେ କମ ନୁହେଁ ଆଉ ଯଥେଷ୍ଟ ଶସ୍ତା ମଧ୍ୟ। ଏ ସବୁ ଆମ୍ବ କିଲେ । ପିଛା ୪୦ରୁ ୫୦ ଟଙ୍କା ଥିବାବେଳେ ଠୁରୀ ଆମ୍ବ ଏବେ କିଲୋ ପିଛି । ୧୦ ର ୧୫ ଟଙ୍କ।ରହିଛି । ଫଳରେ ଲୋକେ ଏହି ଆମ୍ବ ଖାଇବାକୁ ପସନ୍ଦ କରୁଛନ୍ତି । ଏହି ଆମ୍ବ ଖଟା ମିଠା ଥିବାରୁ ଖାଇଲେ ମଧୁମେହ ରୋଗ ହେବାର ସମ୍ଭାବନା କମ ରହିଛି । ମଧୁମେହ ରୋଗୀ ମଧ୍ୟ ଏହି ଆମ୍ବ ଖାଇପାରିବେ। ଆଦିବାସୀମାନେ ଏହି ଆମ୍ବ ଖାଇବା ସଙ୍ଗେସଙ୍ଗେ କିକ୍ରୀ କରିଥାନ୍ତି।
ଏହି ଆମ୍ବ ବିକ୍ରିକରି ଆଦିବାସୀ ମହିଳାମାନେ ଦିନକୁ ଜଣେ ୨ଶହ ଟଙ୍କାରୁ୫ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଯାହା ସେମାନଙ୍କ ପରିବାର ଚଳାଇବାରେ ସୁବିଧା ହେଉଥିବା କଥା ସୁଜା ପାଜୁ ଗ୍ରାମର ମମତା କହର କହିଛନ୍ତି । ସେହିପରି କଞ୍ଚା ଆମ୍ବ ରୁ ଆମ୍ବୁଲ ମଧ୍ୟ ପ୍ରସ୍ତୁତ କରି ସେଥିରୁ ମଧ୍ୟ ଭଲ ଦି ପଇସା ରୋଜଗାର କରିଥାନ୍ତି।
ସେହିପରି ପାଚିଲାଆମ୍ବ ରୁ ଆମ୍ବ ସଢାଓ ଚମ୍ପେଇ ତ ମଧ୍ୟ ପ୍ରସ୍ତୁତ କରି ବିକ୍ରିକରିଥାନ୍ତି ।
ସେହିପରି ମନରେଗା ଯୋଜନାରେ ମଧ୍ୟ ଉଦ୍ୟାନ ବିଭାଗ, ଓ ଜଳଛାୟା ବିଭାଗ ପକ୍ଷରୁ ମଧ୍ୟ ପ୍ରତି ଗ୍ରାମରେ ଉନ୍ନତ କିସମ କଲମୀ ଆମ୍ବ ବଗିଚା ମଧ୍ୟ ସୃଷ୍ଟି କରାଯାଇଛି ।
ସେସବୁ ଆମ୍ବ ବଗିଚାର ଆମ୍ବ ମଧ୍ୟ ବିକ୍ରିକରି ହିତାଧିକାରି ମାନେ ଭଲ ରୋଜଗାର କରୁଛନ୍ତି।
ମୋଟାମୋଟି ଭାବେ ଏବେ ଲକଡ଼ାଉନ ବେଳେ ଆମ୍ବ ଜିଲ୍ଲାର ହଜାର ହଜାର ଲୋକଙ୍କ ରୋଜଗାର ର ମାଧ୍ୟମ ପାଲଟିଛି କହିଲେ ଚଳେ।

ଜିଲ୍ଲାର ରାସ୍ତାକଡ଼ରୁ ଆରମ୍ଭ କରି ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ଦେଶୀଆମ୍ବଗଛମାନ ରହିଛି ଆଉ ଏ ବର୍ଷ ମଧ୍ୟ ସବୁ ଗଛରେ ପ୍ରଚୁର ପରିମାଣରେ ଆମ୍ବ ମଧ୍ୟ ଆସିଛି। ଫଳରେ ଲକ ଡାଉନ ସମୟରେ କାମଧନ୍ଦା ପ୍ରାୟତଃ ବନ୍ଦ ଥିବାରୁ ଫଳରେଲୋକଙ୍କ ଜୀବନଜିବିକା ଉପରେ ଏହାରପ୍ରଭାବ ପଡିଥିବାବେଳେ ଏବେ ଠୁରୀ ଆମ୍ବ ଆଦିବାସୀ ମହିଳାମାନଙ୍କ ଜୀବିକା ଯୋଗାଇଛି ।

Leave a comment

Your email address will not be published. Required fields are marked *