#Uncategorized

ଶେଷରେ ସର୍ତ୍ତ ରଖି ପ୍ରଶାସନ ଦଣ୍ଡ ନାଚ ପାଳନକୁ ଦେଲା ଅନୁମତି

.
ଫୁଲବାଣୀ,-ସୁନୀଲ ପଟ ନାୟକ )
ବହୁ ଆଲୋଚନା ଓ ପର୍ଯ୍ୟା ଲୋଚନା କରିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦଣ୍ଡ ନାଚ ପାଇଁ ଶେଷରେ ଅନୁମତି ପ୍ରଦାନ କରିଛି । ଅନୁମତିଦେବା ସହ ପ୍ରଶାସନ ଏସଓପି ଜାରୀ କରିଛି । ଦେଶ ତଥା ରାଜ୍ୟରେ କରୋନାର ଦ୍ୱିତୀୟଲହର ବଢୁଥିବା କାରଣ ରୁ ପ୍ରଶାସନ କଟକଣା ଜାରୀ କରିଛି । ଦଣ୍ଡନାଟ ବେଳେ ଅପେରା, ଡିଜେ, ନୃତ୍ୟ, ଗୀତ, ସଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରିଛି ପ୍ରଶ। ସନ। କେବଳ ପରମ୍ପରା ଓ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ୫୦ଜଣରୁ ଅଧିକା ଲୋକ ସାମିଲ ହୋଇ ପାରିବେନି ।
ଏଥିସହ ସାମାଜିକ ଦୂରତା ରକ୍ଷାକରିବା ସହ ମାସ୍କ ପିନ୍ଧିବା ବାଧ୍ଯତା ମୁଳକ । ହାତ ସାନିଟାଇଜ କରିବେ ।
. ଦଣ୍ଡନାଚ ସମୟରେ ଅଜଥା ଗହଳୀ ଯେପରି ନ ହେବ ସେଥି ପ୍ରତି ଆୟୋଜକମାନେ ଦୃଷ୍ଟି ଦେବେ। କୋଭିଡ଼ କିମ୍ଵା ଫ୍ଲୁ ଲକ୍ଷଣ ଥିବା ଦଣ୍ଡୁଆ ଓ ଭକ୍ତମାନଙ୍କୁ ଦଣ୍ଡନାଚ ସ୍ଥଳକୁ ବାରଣ କରାଯିବା।
ଦଣ୍ଡନାଚରେ କୌଣସି ପ୍ରକାର ସାମୁହିକ ଭୋଜନକୁ ବାରଣ କରାଯାଇଛି।
ଦଣ୍ଡନାଚ ସମୟରେ କୌଣସିଠାରେ ରାସ୍ତା ଅବରୋଧ ହେବନାହିଁ। କେବଳ ଖୋଲା ପଡ଼ିଆରେ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ କରାଯିବା
ସେହିପରି୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଓ ୧୦ ବର୍ଷରୁ କମ ଶିଶୁ । ଗର୍ଭବତୀ, ମହିଳା,
ଗୁରୁତର ରୋଗରେ ପିଡିତରୋଗୀମାନଙ୍କୁ ଦଣ୍ଡନାଟ ସ୍ଥଳୀକୁ ଯିବା ଲାଗି ବାରଣ କରିଛି ପ୍ରଶାସନ।
ଅଂ।ଶୁଘାତକୁ ଦୃଷ୍ଟିରେ ରଖି ଦିନ ୧୧ରୁ୩ଟା ମଧ୍ୟରେ କୌଣସି ଦଣ୍ଡନାଚ ହେବନାହିଁ।
ସେହିପରି ଆୟୋଜକମାନେ ଦଣ୍ଡନାଚ ପାଇଁ ନିଜ ନିଜ ବିଡିଓଙ୍କଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ।
ଦଣ୍ଡନାଚ ସମୟରେ କୋଭିଡ ୧୯ନିୟମପାଳନ ହେଉଛି କି ନାହିଁ ସଂପୃକ୍ତ ଅଞ୍ଚଳର ତହସିଲଦାର, ପୋଲିସ ଓ ଉପଜିଲ୍ଲ। ପାଳ ମାନେ ତ ଦାରଖ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।ଖିଲା ପ କଲେ ଆୟୋଜକମାନଙ୍କ ବିରୁଦ୍ଧରେ ପ୍ର।କୃତିକ ବିପର୍ଯ୍ୟୟ ଆଇନ ୨୦୦୫ ଓ ମହାମାରୀ ଆଇନ ୧୯୯୭ ଅନୁସାରେ ଦଣ୍ଡବିଧାନ ହେବ ବୋଲି ପ୍ରଶାସନ କହିଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *