#Breaking News

ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ପରଲୋକ


ଫୁଲବାଣୀ- (ସୁନୀଲ ପଟନାୟକ)
ଏକ ସଡ଼କ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳର ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । . ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ଜଣଙ୍କ ହେଲେ ଆନନ୍ଦ ପ୍ରଧାନ। ଘରଜି ଉଦୟଗିରିର ଦୁଗୁରିପଡି ଅଞ୍ଚଳରୋ
ଆନନ୍ଦ ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଏକ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ର ନବୀନ ର
ଜି.ଉଦୟଗିରି ବ୍ଳକ ପ୍ରତିନିଧିଥିଲେ।
ସେ ଗତ ୨୪ରେ ଖବର ସଂଗ୍ରହ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ ଜି. ଉଦୟଗିରି ଓ ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲ।ହେଲେ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ମ୍ଧ୍ଯ ଅବସ୍ଥାରେ ଉନ୍ନତି ନ ଆସିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ରମ୍ଭା ନିକଟରେ ଗତକାଲି ମୃତ୍ୟୁ ଘଟିଥିଲା।
ମୃତ୍ୟୁ ଖବର ପାଇବାପରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଅକାଳ ବିୟୋଗରେ ନବୀନ ର ଜିଲ୍ଲା ପ୍ରତିନିଧ୍ଵ ତଥା ଆଇନଜିବି ସତ୍ୟନାରାୟଣ ବେହେରା ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଡିଗଲ, ପ୍ରଶାନ୍ତ ବେହେରା ,ଶିଶିରପଟନ।ୟ କ ପ୍ରମୁଖ ବହୁ ଗଣମାଧ୍ୟମ ପ୍ରତିନିଧି ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ର ପରିବାରବର୍ଗଙ୍କ ପ୍ରତିସମବେଦନା ଜଣାଇଛନ୍ତି ।
ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଗଣମାଧ୍ୟମସଂଗଠନ ଗୁଡ଼ିକ ଦାବୀ କରିଛନ୍ତି।

.

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *