ସେକ୍ସ ରାକେଟର ଗୁମର ଖୋଲିଲେ ଦିଦି ଓ ଇବ୍ରାହିମ୍‌

admin | February 1, 2020 | 107 views |0 | Exclusive

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦେହବେପାର ହାଟ। ଆଉ ଏହାର ନେଟ୍‌ୱର୍କ ଲମ୍ୱିଛି ବାଂଲାଦେଶରୁ ଭୁବନେଶ୍ୱର ଭାୟା କୋଲକାତା। ଏହି ରାକେଟ୍‌ର କିଙ୍ଗପିନ୍‌ ହେଉଛନ୍ତି ଅଞ୍ଜଳି ଦିଦି ଓ ଇବ୍ରାହିମ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦୁଇ ଜଣଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି। ଏହି ସମୟରେ ପାଇଛି ବହୁ ଚାଞ୍ଚଲ୍ୟକର ତଥ୍ୟ।କିଙ୍ଗପିନ୍‌ ଅଞ୍ଜଳି ଦିଦିର ରହିଛି ଭାରତୀୟ ପାସପୋର୍ଟ। ଅଞ୍ଜଳି ଦିଦି ବାଂଲାଦେଶୀ ହୋଇଥିବା ବେଳେ କିପରି ଓ କାହା ସାହାଯ୍ୟରେ ହାତେଇ ଥିଲା ପାସ୍‌ପୋର୍ଟ? ସେନେଇ ଖୋଲତାଡ ଆରମ୍ଭ ହୋଇଛି। ବାଂଲାଦେଶୀ ଯୁବତୀଙ୍କ ଫେକ୍‌ ଆଧାର କାର୍ଡ ଖୋଦ ଭୁବନେଶ୍ୱର ଉପକଣ୍ଠର ଅଭି ନାମକ ଜଣେ ଯୁବକ ତିଆରି କରିଥିବା ପ୍ରମାଣ ମିଳିଛି। ଅଭିକୁ ଧରିବାକୁ ଉଦ୍ୟମ ଜାରି ରହିଛି।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories