#Breaking News #Uncategorized

ନରସିଂହପୁରରୁ ଚୋରା ଦେଶୀ ବନ୍ଧୁକ ସହ କୁଟୁରା ମାଂସ ଜବତ,ଶିକାରୀ ଗିରଫ

ନରସିଂହପୁର (ଉ ଲା ପ୍ର)
କଟକ ଜିଲ୍ଲା ନରସିଂହପୁର ବନବିଭାଗ ର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ବାଲିକିଆରୀ ରେଞ୍ଜ ରୁ 10 କେଜି କୁଟୁରା ମାଂସ ଓ ଚୋରା ଦେଶୀ ବନ୍ଧୁକ ସହିତ ଜଣେ ଶିକାରୀ ଗିରଫ ହୋଇଛି।ଗିରଫ କରିଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ଅଶୋକ କୁମାର ବେହେରା।ସୂଚନା ଅନୁଯାୟୀ ବାଲିକିଆରୀ ଗ୍ରାମର ସତ୍ୟବାଦୀ ବେହେରା ନିଜ ପାଖରେ ରଖିଥିବା ଏକ ଚୋରା ଦେଶୀ ବନ୍ଧୁକ ରେ କୁଟୁରା ଶିକାର କରି ଘରକୁ ଆଣିଥିଲା।ବିଶେଷ ସୂତ୍ରରୁ ଖବର ପାଇ ପଶ୍ଚିମାଞ୍ଚଳ ବନ ଅଧିକାରୀ ଅଶୋକ କୁମାର ବେହେରା ଅନ୍ୟ ବନ କର୍ମଚାରୀ ମାନଙ୍କ ସହିତ ବାଲିକିଆରୀ ଯାଇ ସତ୍ୟବାଦୀ ବେହେରା ମାଂସ କାଟୁଥିବା ବେଳେ ଗିରଫ କରିଥିଲେ।ଗିରଫ ସମୟରେ ବନ ବିଭାଗର ଅଧିକାରୀ ମାନେ ସତ୍ୟବାଦୀ ଙ୍କ ଠାରୁ ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଥିବା ବେଳେ 10 କେଜି କୁଟୁରା ମାଂସ କୁ ମଧ୍ୟ ଜବତ କରିଥିଲେ।ଜବତ କରିଥିବା ମାଂସ କୁ ବନ ବିଭାଗ ଅଧିକାରୀ ପୋତି ଦେଇଛନ୍ତି।ଏ ବାବଦରେ ରେଞ୍ଜର ଙ୍କୁ ପଚାରିବାରୁ ସେ ସମସ୍ତ ସୂଚନା ଦେଇଥିଲେ ମଧ୍ୟ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *