#Breaking News #District

ଦାରିଙ୍ଗବାଡ଼ି
ସାମ୍ବାଦିକ ସୁଶାନ୍ତ ଙ୍କ ମା ନିଖୋଜ


ଫୁଲବାଣୀ ( ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡା ଅଞ୍ଚଳ ର ଜୈନିକ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଙ୍କ ମା ନିର୍ମଳା ସାହୁ ଷାଠିଏ ବର୍ଷ ରାଜଧାନୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି l ସୂଚନା ଯୋଗ୍ୟ ଯେ ସୋମବାର ସନ୍ଧ୍ୟାରେ ନିର୍ମଳା ବୁଡା ଗୁଡା ରୁ ଭୁବନେଶ୍ବର ଯାଉଥିବା ଓମ୍ ଚକାଡୋଳା ନାମକ ଏକ ଘରୋଇ ବସ ରେ ବସି ଭୁବନେଶ୍ବର ଯାଇଥିଲେ l ତେବେ ମଙ୍ଗଳ ବାର ଭୋର୍ ଚାରିଟା ବେଳେ କଣ୍ଡକ୍ଟର୍ ବରମୁଣ୍ଡା ରେ ଓହ୍ଲାଇଥିବା କହୁଥିବା ବେଳେ ଆଉ କିଏ ଜୟଦେବ ବିହାର କି ବାଣୀ ବିହାର ରେ ଓହ୍ଲାଇ ଥିବା କହୁଛନ୍ତି l ହେଲେ ସେ କୁଆଡେ ଗଲେ କେଉଁଠି ଅଛନ୍ତି କୌଣସି ଖବର ମିଳୁନଥିବା ବେଳେ ଘରୁ ଆସିବା ବେଳେ ତାଙ୍କ ନିକଟରେ ମାତ୍ର୍ ପାଞ୍ଚଶହ ଟଙ୍କା ଥିଲା ଆଉ ସେ ଟିକେଟ ବାବଦରେ ଚାରିଶହ ଟଙ୍କା ଦେଇଥିଲେ l ପାଖରେ ବଳକା ସହେ ଟଙ୍କା ମାତ୍ର୍ ଥିଲା lତାଙ୍କ ନିକଟରେ ମୋବାଇଲ ଫୋନ ମଧ୍ଯ ନାହିଁ l ଏଣୁ ଯୋଗଯୋଗ୍ ସମ୍ବବ ହେଉନି l ଦୁଇ ଦିନ ହେଲା ନିର୍ମଳା ଙ୍କ ଖୋଜ୍ ଖବର ନମିଳିବା ଫଳରେ ପରିବାର ଲୋକେ ଚିନ୍ତାରେ ଅଛନ୍ତି l
କେହି ତାଁକର୍ ସନ୍ଧାନ ପାଇଲେ ସୁଶାନ୍ତ କୁମାର ସାହୁ, ସାମ୍ବାଦିକ news 7,ଦାରିଙ୍ଗବାଡ଼ି କନ୍ଧମାଳ ମୋବାଇଲ ନମ୍ବର 9437858320,7008684723,କୁ ଜଣାଇବା ପାଇଁ ସାମ୍ବାଦିକ ସାହୁ ଅନୁରୋଧ କରିଛନ୍ତି l

Leave a comment

Your email address will not be published. Required fields are marked *