#Uncategorized

*ଖବର ଆଜିର* ତାରିଖ ୦୩/୦୧/୨୦୨୦, ଶୁକ୍ରବାର ୧-ପୁଣି ଓଡ଼ିଶାକୁ ମିଳିଲା ‘କୃଷି କର୍ମଣ’ ପୁରସ୍କାର।ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର। ୨-ରାଜଧାନୀରେ ନାରୀ ନିର୍ଯାତନା ରୋକିବେ ୩୦୦ ସାଧାରଣ ମହିଳା SPO, କମିଶନରେଟ୍‌ ପୋଲିସ ପକ୍ଷରୁ ହେଲା ଟିମ୍‌ ଗଠନ। ୩-ପାରାଦୀପ:ପମ୍ପ ଦେବା ସମୟରେ ଫାଟିଲା ଟାୟାର, ଚାଲିଗଲା ଜଣଙ୍କ ଜୀବନ। ୪-ଭାରତୀୟ ଭଲିବଲ୍ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୫-‘ରୋଷେଇ ଶିଖି ନ ଥିବା ପୁଅକୁ ବାହା ହୁଅନି’, ‘ସ୍କୁଲ ଜୀବନରୁ ହିଁ ପୁଅଙ୍କୁ ରୋଷେଇ ଶିଖିବା ଆବଶ୍ୟକ’:ପୋଲିସ କମିଶନର। ୬-ଆଧାର କାର୍ଡ ନାହିଁ ତ ଭତ୍ତା ନାହିଁ:ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୀୟ ସଚିବଙ୍କ ତାଗିଦ୍, ମାର୍ଚ୍ଚ ୧୫ ସୁଦ୍ଧା ପ୍ରକ୍ରିୟା ଶେଷ ନକଲେ ଏପ୍ରିଲରୁ ମିଳିବନି ଭତ୍ତା। ୭-ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ୍ତ୍ର ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ୟାରିସ ବେକରି ଆଉଟଲେଟ ଓ ରେଡ ଏଫ୍ଏମ ଅଫିସରେ ବସ୍ତ୍ର ଦାନ କରିପାରିବେ। ୮-ରେଳବାଇର ନୂଆ ଏକକ ହେଲ୍‌ପ ଲାଇନ୍ ନମ୍ବର: ୧୩୯ରେ ସବୁ ସୁବିଧା, ହେଲ୍‌ପ, ଇନକ୍ବାରୀ ଏବଂ ଗ୍ରୀଭାନ୍‌ସ। ୯-ସଚିବ ସ୍ତରରେ ଅବଦଳବଦଳ, ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ , ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ। ୧୦-ନୂଆ ବର୍ଷରେ TV ଦେଖିବା ହେବ ଶସ୍ତା, ୧୩୦ ଟଙ୍କାରେ ଏବେ ମିଳିବ ୨୦୦ ଚାନେଲ:TRAI ୧୧-ଓସ୍କାର ରେସରେ ନୀନା ଗୁପ୍ତାଙ୍କ ଦ ଲାଷ୍ଟ କଲର। ୧୨-ମନ୍ତ୍ରୀଙ୍କ ପ୍ରତିଶ୍ରୁତି , Air india କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବକେୟା ଦରମା ଓ ଭତ୍ତା। ୧୩-ନୂଆବର୍ଷରେ କୃଷକଙ୍କୁ ମୋଦୀଙ୍କ ଉପହାର, ଆସିଲା ପିଏମ୍ କିଷାନ ନିଧିର ୩ୟ କିସ୍ତି। *

Leave a comment

Your email address will not be published. Required fields are marked *