#Uncategorized

ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ୮୩% ୫୦ ବର୍ଷରୁ କମ୍‌ ବୟସର, ଅଧିକାଂଶ ୨୧ରୁ ୪୦

ନୂଆଦିଲ୍ଲୀ (୦୪/୦୪/୨୦୨୦) (ବ୍ୟୁରୋ): ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ୨୧ରୁ ୪୦ ବୟସ ବର୍ଗର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବୟସ ଭିତ୍ତିରେ କରାଯାଇଥିବା ବିଶ୍ଲେଷଣ ଅନୁଯାୟୀ ୪୨% ଆକ୍ରାନ୍ତଙ୍କ ବୟସରେ ୨୧ରୁ ୪୦ ବର୍ଷ ମଧ୍ୟରେ।

ଏହା ତଳେ ରହିଛି ୪୧ରୁ ୫୦ ବର୍ଷ ବୟସ ବର୍ଗ। ଏହାର ମାତ୍ରା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାର ୩୩%। ସେହିଭଳି ୬୦ ବେଁରୁ ଊର୍ଦ୍ଧ୍ୱ ବା ବରିଷ୍ଠ ନାଗରିକଙ୍କୁ ହାଇରିସ୍କ ବର୍ଗରେ ନିଆଯାଉଥିବାବେଳେ ଭାରତରେ ଏହି ବର୍ଗର ଆକ୍ରାନ୍ତଙ୍କ ମାତ୍ରା ୧୭%। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦ ବର୍ଷରୁ କମ୍‌ ବୟସ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଆକ୍ରାନ୍ତ ସଂଖ୍ୟାର ୯%।

ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଯୁବବର୍ଗଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏବଂ କରୋନା ସହଜରେ ଆକ୍ରମଣ କରିପାରିବ ନାହିଁ କୁହାଯାଉଥିଲେ ମଧ୍ୟ ବାସ୍ତବରେ ତଥ୍ୟ କିଛି ଅଲଗା କହୁଛି। ୫୦ ବର୍ଷରୁ କମ୍‌ ବୟସ ବର୍ଗ କ୍ଷେତ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩%। ଅନ୍ୟ ବୟସ ବର୍ଗ ଭଳି ଏମାନେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

Leave a comment

Your email address will not be published. Required fields are marked *