#Breaking News #Uncategorized

ଅବହେଳିତ ଅବସ୍ଥାରେ ନରସିଂହପୁର ଇନ୍ଦ୍ର ଭବନ


ନରସିଂହପୁର (ଉଲାପ୍ର)
ନରସିଂହପୁର ଅଞ୍ଚଳର ଗଡ଼ଜାତ ସ୍ମାରକୀ ଇନ୍ଦ୍ର ଭବନ ଆଜି ଅବହେଳିତ ହୋଇ ପଡ଼ିଛି । ଯେଁଉ ପର୍ଯ୍ୟଟକ ନରସିଂହପୁର ଆସନ୍ତି ସେମାନେ ଇନ୍ଦ୍ର ଭବନ ଦେଖିବାକୁ ଭୁଲନ୍ତି ନାହିଁ । ପ୍ରାକୃତିକ ପରିବେଶ ସହ ଏକ ସୁରମ୍ୟ ରାସ୍ତା ସମସ୍ତଙ୍କୁ ମନ ମୁଗ୍ଧ କରିଥାଏ । ଏହା ନରସିଂହପୁର ତହସିଲ୍ ଅଧୀନରେ ଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଏହାର ଆଧୁନିକକରଣ ନିମନ୍ତେ ୪୬ଲକ୍ଷ ଟଙ୍କା ବେୟ ବରଦା ହୋଇଥିଲା । ଠିକାଦାର ଏହାକୁ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ କରିପାରିନାହାନ୍ତି । ବିଜୁଳି ଓ ପାଣି ବ୍ୟବସ୍ଥା ବିଛିନ୍ନ ଥିବାରୁ ଏହାର ଆକର୍ଷଣ କମିଯାଇଛି । ଜିଲ୍ଲା ପଯ୍ୟଟନ ଅଧିକାରୀ ଇନ୍ଦ୍ର ଭବନ ପରିଦର୍ଶନ କରି ଉପଯୁକ୍ତ ବ୍ୟବସ୍ଥା ସଂପୂର୍ଣ୍ଣ କରିବା ପାଇଁ ନରସିଂହପୁର ବାସୀଙ୍କ ତରଫରୁ ଦାବି ହେଉଛି।

Leave a comment

Your email address will not be published. Required fields are marked *