ରାଜ୍ୟକୁ ଫେରିବାକୁ ପ୍ରବାସୀ ବ୍ୟାକୁଳ; ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କଲେ ୪.୮୬ ଲକ୍ଷ ପ୍ରବାସୀ ଓଡ଼ିଆ

admin | April 27, 2020 | 66 views |0 | Exclusive

ଭୁବନେଶ୍ୱର: ଲକ୍‌ଡାଉନ୍‌ ଉଠିବା ମାତ୍ରେ ବିଭିନ୍ନ ରାଜ୍ୟ ଓ ବିଦେଶରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହୋଇ ଉଠିଲେଣି। ଏହାର ଏକ ଝଲକ ଦେଖିବା ପାଇଁ ମିଳିଛି ରାଜ୍ୟ ସରକାରଙ୍କ ପୋର୍ଟାଲରେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଦେବା ସହ ଗତ ୨୬ ତାରିଖ ଠାରୁ ପଞ୍ଜିକରଣ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିଛନ୍ତି। ତେବେ, ଏହି ପୋର୍ଟାଲ ଖେଲା ଯିବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୪.୮୬ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ପଞ୍ଜିକରଣ କରି ସାରିଥିବା ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଲାଗି ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏବଂ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେବେ, ବିନା କୌଣସି ପ୍ରାକ୍‌ ସୂଚନାରେ ହଠାତ୍‌ ଲକ୍‌ଡାଉଡ଼ ଘୋଷଣା ହୋଇଯିବା ଫଳରେ ରାଜ୍ୟ ବାହାରେ ଦେଶର ବିଭିନ୍ନ ରାଜ୍ୟରେ ଅଟକ ରହିଯାଇଥିବା ଶ୍ରମଜୀବୀ, ବୃତ୍ତିଜୀବୀଙ୍କ ଠାରୁ ଆରମ୍ଭ କରି ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ରାଜ୍ୟକୁ ନିରାପଦ ଭାବେ ଫେରାଇ ଆଣିବାକୁ ଏକ ‘ଷ୍ଟାଣ୍ଡାର୍ଡ ପ୍ରୋସିଡିଓର ଅଫ୍‌ ଅପରେସନ’ ବା (ଏସ୍‌ପିଓ) ପ୍ରଣୟନ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କାଳରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories