#Breaking News

କନ୍ଧମାଳ ୭୭ ରୂପାନ୍ତରିକରଣ ହାଇସ୍କୁଲ ଲୋକାର୍ପିତ


ଫୁଲବାଣୀ(ଉଲ୍ଲାପ୍ର )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ତୃତୀୟ ପର୍ଯ୍ୟାୟ ରେ ୭୭ ଟି ରୂପାନ୍ତରୀକରଣ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l
ସେଥି ମଧ୍ୟ ରୁ ୬ ୩ ଟି ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହାଇସ୍କୁଲ ହୋଇଥିବା ବେଳେ ଚଉଦ ଟି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହାଇସ୍କୁଲ ରହିଛି l
ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗ ଡ଼ ସ୍ଥିତ ନୃସିଂହ ନାଥ ଉଚ୍ଚବିଦ୍ୟାଳୟ ପରିସର ରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ଉନ୍ନୟନପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ପି ଏ ଆଇଟିଡିଏ ମଧୁସୂଦନ ବେହେରା, ଫୁଲବାଣୀ ପିଏ ଆଇଟିଡିଏ ନରେଶ ଶବର, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ପ୍ରମୁଖ ଯୋଗ ଦେଈ ନବୀନ ସରକାର ଙ୍କ ସମୟ ରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଥିବା କହିଥିଲେ l
ସେହିପରି ଜୀବିକା ମିଶନ, ଓ ଓଡିଶା ଲାଇଭିଲି ହୂଡ଼ ମିଶନ ରେ ଲୋକଙ୍କ ଜୀବନ ଧାରଣ ରେ ପରିବର୍ତନ ଆସିଥିବା କହିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ, ବିଡ଼ିଓ ଫୁଲବାଣୀ ପ୍ରବୀଣ କୁମାର ବାଣୁଆ,, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ଙ୍କ ସମେତ ବହୁ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l
ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦଶ ଟି, ଦ୍ୱିତୀୟ ପର୍ଯ୍ୟାୟରେ ୭ ୩ ଟି ରୂପାନ୍ତରୀକରଣ ହାଇ ସ୍କୁଲ କୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଉଦଘାଟନ କରିଥିଲେ l

Leave a comment

Your email address will not be published. Required fields are marked *