#Breaking News #District

ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଗଠିତ

ଅନୁଗୁଳ ( ଉଲ୍ଲାପ୍ର )ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଙ୍ଘ, ଓଡ଼ିଶା ର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଏବଂ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର ସାର ଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ର ସୋମନାଥ ଶାସନ ର ସୁସୁଡ଼ା ଗ୍ରାମର ଶ୍ରୀ ଶ୍ରୀ ବାବା ସୋମନାଥ ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଜନ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଅନୁଗୋଳ ଜିଲ୍ଲା ର ସାଂଗଠନିକ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ କୁମାର ମହାପାତ୍ର, ସଭାପତି ଶ୍ରୀଯୁକ୍ତ ପ୍ରକାଶ ରଣା,ସମ୍ପାଦକ ଶ୍ରୀଯୁକ୍ତ ବିଜୟ ମହାପାତ୍ର,ମୁଖପାତ୍ର ଶ୍ରୀଯୁକ୍ତ ମିଥୁନ ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର, ଜିଲ୍ଲା ଉପଦେଷ୍ଟା ଶ୍ରୀଯୁକ୍ତ ଲିଙ୍ଗରାଜ ଦେହୁରୀ ,ରାଜ୍ୟ ମିଡ଼ିଆ ସେଲ ଶ୍ରୀଯୁକ୍ତ ସନ୍ତୋଷ ମହାପାତ୍ର,ପ୍ରତ୍ୟେକ ବ୍ଲକ୍ ର ସଭାପତି , ସମ୍ପାଦକ ଶ୍ରୀଯୁକ୍ତ ପତିତ ପାବନ ମହାପାତ୍ର, ପ୍ରଭାତ ମହାପାତ୍ର,ସନକ ମହାପାତ୍ର,ଅରୁଣ ଦେହୁରୀ,ସଞ୍ଜୟ ମହାପାତ୍ର,ଜିଲ୍ଲା ର କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ସୁନିଲ ମହାପାତ୍ର ଏବଂ ସୁସୁଡ଼ା ଗ୍ରାମର ମାର୍ଫତଦାର ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାପାତ୍ର,ଦଣ୍ଡ ଧର ମହାପାତ୍ର, ଅଇଁଠୁ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର ଓ କାଙ୍ଗୁଲା ଗ୍ରାମର ଶ୍ରୀଯୁକ୍ତ ପବିତ୍ର ମହାପାତ୍ର, ଜନକ ମହାପାତ୍ର,ଗଦାଧର ମହାପାତ୍ର ଏବଂ ଖମାର ଗ୍ରାମର କ୍ଷୀରୋଦ ମହାପାତ୍ର, ପତିତ ପାବନ ମହାପାତ୍ର ,ଅର୍ଜୁନ ମହାପାତ୍ର ଓ ଖଲାରି ଗ୍ରାମର ଶ୍ରୀଯୁକ୍ତ ବିରଞ୍ଚି ମହାପାତ୍ର ଙ୍କ ସମେତ ଗ୍ରାମର ସମସ୍ତ ଶୈବ ପୂଜକ ଭାଇ ମାନେ ଉପସ୍ଥିତ ଥିଲେ।ଉକ୍ତ ସଭାରେ ପୂଜକ ମାନଙ୍କର ପୂଜା ପଦ୍ଧତି ଉପରେ ସୁଧାର ଆଣିବା,ମନ୍ଦିର ର ସ୍ବଚ୍ଛତା,ବୃକ୍ଷରୋପଣ, ସନାତନ ଧର୍ମ,ଶିକ୍ଷା ,ସଂସ୍କାର ,ଗୋ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା।

Leave a comment

Your email address will not be published. Required fields are marked *