#Breaking News #Uncategorized

କରୋନା କାଳରେ ବାଲିଗୁଡା ୧୨୭ ବାଟାଲିୟନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ


ବାଲିଗୁଡ଼ା,୦୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦିନ ଧରି କରୋନା ଯୋଗୁଁ ସବୁ କିଛି ବନ୍ଦ ହୋଇ ଯାଇଛି, ଏହି ପରିପ୍ରେକ୍ଷୀରେ ବିଶେଷ କରି ଗରିବ ଖଟିଖିଆ ତଥା ଦିନ ମଜୁରିଆ ପରିବାର ଲୋକେ ବିଶେଷ ପ୍ରଭାବିତ ହୋଇଛନ୍ତି l ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଙ୍କ ନେତୃତ୍ୱରେ ଏଫ/ କମ୍ପାନୀ ଏବଂ ଏଚକ୍ୟୁ/୧୨୭ ବାଟାଲିୟନ ସିଆରପିଏଫ ଯବାନ ମାନଙ୍କ ତରଫରୁ ଏକ ବଳିଷ୍ଠ ପଦକ୍ଷେପ ନେଇ ସମସ୍ତେ ଏକତ୍ରିତ ହୋଇ ନିଜସ୍ୱ ଅର୍ଥରେ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ, ଡାଲି, ପିଆଜ, ଲୁଣ, ସାବୁନ, ମାସ୍କ, ଓ ସାନିଟାଇଜର ଭଳି ବିଭିନ୍ନ ସାମଗ୍ରୀ କିଣିଥିଲେ। ଏହି ସବୁ ସାମଗ୍ରୀ ଗୁଡିକୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡୁରୁକିଆ ଗ୍ରାମର ୫୦ ପରିବାର କୁ ବଣ୍ଟନ କରାଯାଇଛି।ଏଥିରେ ୨୫୨ ଗରୀବ ଅସହାୟ ଲୋକ ଉପକୃତ ହୋଇପାରି ଥିବାରୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି l କମାଡେଣ୍ଟ ଆନନ୍ଦ ଝା କହିଛନ୍ତି ଯେ, ଏହି ଭଳି କାର୍ଯ୍ୟକ୍ରମ ଭବିଷ୍ୟତ ରେ ଜାରି ରହିବ ଯାହା ଫଳରେ ଜନତା ଏବଂ ସିଆରପିଏଫ ଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିପାରିବ ।

Leave a comment

Your email address will not be published. Required fields are marked *