#Breaking News

ନରସିଂହପୁର ମହାବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟକୁ ମନୋରମା ମହାପାତ୍ର ଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ମହାବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟକୁ ମନୋରମା ମହାପାତ୍ରଙ୍କ ଅବଦାନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,। ମନୋରମା ମହାପାତ୍ର ଏକାଧାରରେ ଜଣେ ସାହିତ୍ୟିକା, କବିୟତ୍ରୀ, ସାମ୍ବାଦିକତା , କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ।ଓଡ଼ିଆ ସାହିତ୍ୟ ଏକାଡେମୀ,ର ପ୍ରଥମ ମହିଳା ସଭାନେତ୍ରୀ ଭାରେ ଦାୟିତ୍ୱ ତୁଲାଇ ବହୁ ସୁନାମ ଅର୍ଜନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ

ମନରେ ମନୋରମା ମହାପାତ୍ର ଙ୍କ ଜୀବନ ଶୈଳୀ ସହ ତାଙ୍କର ଓଡ଼ିଆ ସାହିତ୍ୟ କୁ ଅବଦାନ ଉପରେ ମୁଖ୍ୟ ବକ୍ତା ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟ ରେ ଚଳିତ ବର୍ଷ ୧୨ ଜଣ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ଉପାଧି ରେ ମାନପତ୍ର ସହ ସ୍ଵର୍ଣ, ରୋପ୍ୟ, ଏବଂ କାଂସ୍ୟ ପଦକ ରେ ସମାନ୍ନିତ କରିଥିଲେ ମୁଖ୍ୟ ଅତିଥି।ଏହି ସଭାରେ ଆଠଗଡ ଉପଜିଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ହେମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇଥିଲେ,ମହାବିଦ୍ୟାଳୟ ଅଧ୍ୟକ୍ଷ ମେଘନାଦ ସାହୁଙ୍କ ସଭାପତିତ୍ୱ ରେ ଆଲୋଚନା ଚକ୍ର ଟି ଅନୁଷ୍ଠିତ ହୋଇଥିଲା।

Leave a comment

Your email address will not be published. Required fields are marked *