#Breaking News #Uncategorized

ସିଆରପିଏଫ ଜବାନଙ୍କ ମହାନତା ଚାନ୍ଦା ସଂଗ୍ରହ କରି ରାସନ ଦେଲେ


ଫୁଲ ବାଣୀ- (ସୁନୀଲ ପଟନାୟକ)
କରେ। ନା ମହାମାରୀ ର ଦ୍ଵିତୀୟ ଲହର ସଂକ୍ରମଣକୁ ରୋ କିବା ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି ।
ଫଳରେ ଲୋକମାନେ କାମ ଧନ୍ଦା କିଛି ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବନ ଜିବିକା ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ବାଳନ୍ଦାପଡ଼ାରେ ସୁରକ୍ଷା ପାଇଁ ନିୟୋଜିତ ଥିବା ସିଆରପିଏଫ୧୨୭ବାଟାଲିୟନର ଜବାନମାନେ ମହାନତା ଦେଖାଇଛନ୍ତି ।
ନିଜ ନିଜ ଭିତରେ କିଛି ଅର୍ଥ ଚାନ୍ଦା କରି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଳନ୍ଦାପଡ଼ାର ରୁଗ ପଦର ଗ୍ରାମର ପ୍ରାୟ ଶହେ ଗରୀବ ପରିବାରଙ୍କୁ ବିଭିନ୍ନ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ରାସନ ସାମଗ୍ରୀ ମଧ୍ୟରେ ଚାଉଳ ,ଅଟା, ସାବୁନ ତେଲ ଆଦି ଅନେକ ସାମଗ୍ରୀ ରହିଛି । ବାଟାଲିୟନର କମାଣ୍ଡାଣ୍ଟ ଆନନ୍ଦ ଝା ଏହି ସବୁ ସାମଗ୍ରୀ କରେ। ନା ଗାଇଡଲାଇନ ପାଳନ କରି ପ୍ରଦାନ କରିଛନ୍ତି । ଭବିଷ୍ୟତରେ ନିକଟସ୍ଥ ଅନ୍ୟ ଗ୍ରାମଗୁଡିକରେ ମଧ୍ୟ ଏଭଳି ସହାୟତା ପ୍ରଦାନ କରାଯିବ ବୋଲି ଝା କହିଛନ୍ତି ।
ଜବାନମାନେ ଯେ ଜନ ସାଧାରଣ ମାନଙ୍କ ଜିବନସୁରକ୍ଷା ପ୍ରଦାନ
କରିବା ସହ ସାମାଜିକ ଓ ସେବା ମୁଳକ କାର୍ଯ୍ୟ ମଧ୍ୟ କରିଥାନ୍ତି। ଯାହାକି ଏଥିରୁ ପ୍ରମାଣିତ ହେଉଛି । ଜବାନମାନଙ୍କ ସାହାଯ୍ୟ ଓସହଯୋଗ ମନୋଭାବକୁ ସାଧାରଣରେ ବେଶ ପ୍ରସଂସା କରାଯାଇଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *