#Breaking News

ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମୀଣ ଉଦ୍ୟାନ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ଲୋକାର୍ପିତ

ଭାପୁର( ଉଲାପ୍ର)ସ୍ଥାନୟ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମୀଣ ଉଦ୍ୟାନ ର ଶୁଭ ଉଦଘାଟନ ଢେଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଙ୍କ ଦ୍ଵାରା ହୋଇଯାଇଛି, ଏହି ଅବସରରେ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ପୁରୁଣା କଟକ ସମ୍ବଲପୁର ରାସ୍ତା ଠାରୁ ଶିମିଳିପାଟଣା ରୁ କିଲୋଗ୍ରାମ କୁ ସଂଯୋଗ କରୁଥିବା ବିଜୁ ସେତୁ ଢେଙ୍କାନାଳ ରୁ ଦେଶ”ଖ “ରାଜା ତୈଳିକ ବେଶ୍ୟ ସମାଜର ସଭାଗୃହ 6କିଲୋଗ୍ରାମ ଠାରେ ନିମିତ୍ତ ମିଶନ ଶକ୍ତି ଗୃହ ର ଶୁଭ ଉଦଘାଟନ କରାଯାଇଅଛି, ଏଥି ସହିତ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ନିମିତ୍ତ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା, ଶିମିଳିପାଟଣା ଗ୍ରାମ ସଭାପତି ଶିବରାମ ଅଲୁକଙ୍କ ପୌରହିତ୍ୟ ରେ ଆୟୋଜିତ ଉଦଘାଟନ ଉତ୍ସବ ର ବୈଠକ ରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସୁଧୀର କୁମାର ସାମଲ ସଂମାନିତ ଅତିଥି ସଦର ବ୍ଲକ ର ଗୋଷ୍ଠୀ ଉନୟନ ଅଧିକାରି ସୁଧୀର କୁମାର ନାୟକ, ସଦର ବ୍ଲକ ଉପାଧ୍ୟକ ନରୋତ୍ତମ ସାହୁ ସଦର ଜୋନ 3ର ଜିଲ୍ଲା ପରିଷଦ ସଭ୍ୟ ଅର୍ଚନା ସାହୁ, କାକୁଡିଭାଗ ଗ୍ରାମର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁବିଦ୍ୟାଳୟ ର ଉପଦେଷ୍ଟା ହରେକୃଷ୍ଣ ସାହୁ, ପ୍ରଧାନ ଶିକ୍ଷକ ଗଣେଶ କୁମାର ବାଇ ପ୍ରମୁଖ ମଞ୍ଚାସିନ ଥିଲେ, ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ମକ୍ତବ୍ୟରେ ଗ୍ରାମ ପଂଚାୟତ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ଉପସ୍ଥାପନା କରିଥିଲେ, ଅନୁରୂପକ ଭାବେ ମଞ୍ଚାସିନ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ ମୁଖ୍ୟ ଅତିଥି ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କ ରେ ସୂଚନା ଦେବା ସହିତ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ, ଏହି ଅବସରରେ ବିଧାୟକ ଙ୍କ ଦ୍ଵାରା ଯୋଗ୍ୟ ହିତାଧିକାରୀ ଙ୍କୁ ଭତା ବଣ୍ଟନ କରିଥିଲେ, ଉକ୍ତ ଉତ୍ସବ ର ମଞ୍ଚ ମାଞ୍ଚଳନ ବିଦ୍ୟାଳୟ ର ଶିକ୍ଷକ ଶେଷଦେବ ବାରିକ କରିଥିବା ବେଳେ ବିଦ୍ୟାଳୟ ର ପୂର୍ବତନ ସମ୍ପାଦକ ଡ଼ ଅନ୍ତର୍ଯ୍ୟାମୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମବାସୀ ପ୍ରତେକ୍ଷ ଭାବେ ସହଯୋଗ କରିଥିଲେ, ଏହି ସମସ୍ତ କାର୍ଯ୍ୟକ୍ରମ ସରକାର ଙ୍କ କୋଭିଡ 19ର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ସହ ପରିଚାଳିତ ହୋଇଥିଲା,!

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *