#Breaking News

ରାଇକିଆରେସୂଜନ ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ


ଫୁଲ ବାଣୀ-(ସୁନୀଲ ପଟନାୟକ)
କରେ। ନା ମହାମାରୀ ର ଦ୍ୱିତୀୟ ଲହରରେ ସମସ୍ତଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ଲକ ଡ଼ାଉନ ଯୋଗୁଁ ଗରୀବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଫଳରେ ଏଭଳି ପରିସ୍ଥିତିରେ ଏମାନଙ୍କୁ ସହାୟତାର ହାତ ବଢାଇଛି ସୃଜନ ନାମକ ଏକ ସଂଗଠନ, I ଆଜି ସୋମବାରCovid 19 Relief ରାଇକିଆ ଠାରେ “ସୃଜନ” ଅନୁଷ୍ଠାନ ତରଫରୁ ୨୫ ଟି ପରିବାର କୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ଅନୁଷ୍ଠାନ ର ମୁଖ୍ୟ ବିଶପ୍ ଡକ୍ଟର ଦିଲ୍ଲିପ କୁମାର ବଳ ଉପସ୍ଥିତ ରହି ଲୋକଙ୍କୁ କୋଭିଡ଼ ଗାଇଡ଼ଲାଇନ ପାଳନ କରି ପ୍ରଦାନ କରିଥିଲେ। ଏଥି ସହ ସମସ୍ତଙ୍କୁ କରୋନ । ସଚେତନ ମଧ୍ୟ କରିଥିଲେ।ଦିପେଶ କୁମାର ନାୟକ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ। ରାସନ ପାଇ ଲୋକେ ସୃଜନ ସଂଗଠନର ମୁଖ୍ୟ ଡ଼. ବଳଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଆଗାମୀ ଦିନରେ ଅନ୍ୟ ଅଞ୍ଚଳରେ ମଧ୍ୟ ଏ ଭଳି କାର୍ଯ୍ୟକ୍ରମ କରାଯିବ ବୋଲି ଡ. ବଳ କହିଛନ୍ତି ।

Leave a comment

Your email address will not be published. Required fields are marked *