#Exclusive

ବିହାରରେ ପ୍ରଳୟ : ଝଡ ବର୍ଷା ଓ ବଜ୍ରପାତରେ ୮୩ ଜଣଙ୍କର ମୃତ୍ୟୁ

ପାଟଣା : ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଝଡ ବର୍ଷା ଏବଂ ବଜ୍ରପାତରେ ଏପର୍ଯ୍ୟନ୍ତ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। ଗୋପାଳଗଞ୍ଜରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ମଧୁବନୀରେ, ପୂର୍ବ ଚମ୍ପାରଣ, ବେତିୟା ଏବଂ ପଶ୍ଚିମ ଚମ୍ପାରଣରେ ୨ଜଣ ଲେଖାଏଁ, ପୁର୍ଣ୍ଣିଆ ଏବଂ ବାଙ୍କାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଛି।
ଏହା ବ୍ୟତୀତ ୧୨ଜଣ ଲୋକ ବଜ୍ରପାତରେ ଜଳି ଯାଇଥିବାର ଜଣା ପଡିଛି। ଗୋପାଳଗଞ୍ଜରେ ଗୁରୁବାର ସକାଳଠାରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି ଓ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଛି।

Leave a comment

Your email address will not be published. Required fields are marked *