#Uncategorized

ଉତ୍କଳ ସାମ୍ବାଦିକ ସଂଘର ୭୬ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର(ଉଲାପ୍ର)ଉତ୍କଳ ସାମ୍ବାଦିକ ସଂଘର ୭୬ ତମ ପ୍ରତିଷ୍ଠା ଦିବସ ବିଧାୟକଙ୍କ କଲୋନୀ ରେ ଅନୁଷ୍ଠିତ ହୋଇଯାଇଛି, କରୋନା କଟକଣାକୁ ଆଖି ଆଗରେ ରଖି ମହା ଆଡମ୍ବରରେ ରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଭୁବନେଶ୍ୱର ବାସଭବନରେ ଅନୁଷ୍ଠିତ ହୋଇ ଯାଇ ଅଛି।ପ୍ରତିଷ୍ଠା ଦିବସ,ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜିମୁତ ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଷ୍ଠା ଦିବସରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ,ବରିଷ୍ଠ ବିଜେଡ଼ି ନେତା ଅମର ଶତପଥୀ, ଅରବିନ୍ଦ ଢ଼ାଲି, ପ୍ରଫୁଲ୍ଲ ଘଡେ଼ଇ, ଅନନ୍ତ ନାରାୟଣ ଜେନା, ବିଜୟ କୁମାର ନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,ସିପିଆଇ ନେତା ବିଜୟ ନାୟକ ପ୍ରତିବାଦୀ କାର୍ଯ୍ୟକାରୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ପ୍ରତିଷ୍ଠା ଦିବସରେ ସୁଚିତିନ୍ତ ମତାମତ ରଖି ସାମ୍ବାଦିକ ମାନଙ୍କୁ ଉତ୍ସାହୀତ କରିଥିଲେ। ଗଣତନ୍ତ୍ର ରେ ସାମ୍ବାଦିକଙ୍କ କର୍ତ୍ତବ୍ୟ ଭୂମିକା ସମାଜରେ ଅବର୍ଣ୍ଣନୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ, ସାମ୍ବାଦିକ ଏକ କଳା ବୋଲି ଗାଁ ମଜଲିସ ରେ କୁହ ଯାଇଥିଲା ବୋଲି ସାଂସଦ ପ୍ରସନ୍ନ ପାଟଶାଣୀ ବର୍ଣ୍ଣନା କରିଥିଲେ।ସାମ୍ବାଦିକ ମାନେ ନିରପେକ୍ଷ ଭାବରେ ସେମାନଙ୍କ କଲମ ଚଳାଇବାକୁ ଅତିଥିମାନେ ମତ ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ଦୈନିକ ଖବର କାଗଜ ପ୍ରଗତିବାଦୀ ର ବିରୁପାକ୍ଷ୍ୟ ତ୍ରିପାଠୀ,ଉତ୍କଳ ସାମ୍ବାଦିକ ସଙ୍ଘ ବରିଷ୍ଠ ସଭ୍ୟ ପ୍ରସନ୍ନ ତ୍ରିପାଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା।ଏହି ପ୍ରତିଷ୍ଠା ଦିବସରେ ଓଡ଼ିଶାର କୋଣ ଅନୁକୋଣ ରୁ ଶତାଧିକ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।ସଭା ଶେଷରେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଧନ୍ୟବାଦ ପ୍ରଦାନ କରିଥିଲେ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *