#Uncategorized

କନ୍ଧମାଳ ଜିଲ୍ଲାପାଳଙ୍କ ଅଚାନକ ଦାରିଙ୍ଗବାଡି ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ


ଫୁଲବାଣୀ–(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡ଼ି ବୁଧବାର ଅଚାନକ ବ।ଦାରିଙ୍ଗବାଡି ଗ୍ରସ୍ତରେ ଆସି ପ୍ରଥମେ ଦୁର୍ଗମ ତିଲୋରୀ ପଞ୍ଚାୟତର ମୃଗୁପାଙ୍ଗା-ପାଙ୍ଗାଲି ରାସ୍ତାରେ ନିର୍ମିତ କଲଭର୍ଟ , ଗଏସ ବାନ୍ଦା ଗ୍ରାମରେ ନିର୍ମିତ ନୂତନଅଙ୍ଗନବାଡି କେନ୍ଦ୍ର, ତିଲୋରୀକଲ୍ୟାଣ ମଣ୍ଡପ, ଆଦି ବୁଲି ଦେଖି ସ ନ୍ତୋଷ ପ୍ରକାଶ କରିଥିଲେ ।
ସେହିପରି ଗୁମି କିଆପଞ୍ଚାୟତର ସବୁ ମାହା-ପରାଡ଼କିଆ ଗ୍ରାମ ମଧ୍ୟରେ ଥିବା ରାସ୍ତାରେ କଲର୍ଭଟ, ସୁଲ ମାହା ନିକଟବର୍ତ୍ତୀ ସିରୁଡ଼ି ଯୋଡି ଡ୍ୟ।ମ,ର ନିର୍ମାଣ କାର୍ଯ୍ୟ ଦେଖିବା ସହ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ନିର୍ମ।ଣ କାର୍ଯ୍ୟ ଯେପରି ଉନ୍ନତମାନର ହେବ ଓ ଲୋକଙ୍କ କାର୍ଯ୍ୟରେ ଆସିବ ସେଥିପ୍ରତି ଦୃଷ୍ଟିଦେବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ।
ଜିଲାପାଳଙ୍କ ଗ୍ରସ୍ତ ବେଳେ ବିଡିଓ ଅଭିମନ୍ୟୁ କେହେରା , ସହକାରୀ ଯନ୍ତ୍ରୀ ଇଂ ବବୃ ବାହାନ ବେହେରା । କନିଷ୍ଠ ଯନ୍ତ୍ରୀ ଇଂସୁଜିତ କୁମାର ସେଠି, ଇଂତୁଷାର ରଂଜନ ସେଠି, ଇଂ ଧୀରେନ ସେଠି, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଇଂ ଜ୍ୟୋତିରଂଜନ ଦାସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ବିଡିଓ ଅର୍ଭିମନ୍ୟୁବେହେରା ଦାୟୀତ୍ଵ ଗ୍ରହଣ କରିବା ପରଠାରୁ ଦାରିଙ୍ଗବାଡି ବ୍ଲ୍କ୍କ୍କ୍କ ରେ ବହୁ ଉନ୍ନ ୟନ୍ନ ମୂଳକ କାର୍ଯ୍ୟଯୋର ସୋରରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି ।

Leave a comment

Your email address will not be published. Required fields are marked *