#Uncategorized

ଆଠଗଡ ଏନଏସି ରେ କୋଟିକୋଟି ଟଙ୍କା ଦୁର୍ନୀତି,ପ୍ରଭାତ,ଦିଲୀପ,ଜୟନ୍ତ ସବୁ ଖାଇଗଲେ,କାର୍ଯ୍ୟାଦେଶ ନପାଇ ହୋଇଛି କାମ,ଉଠି ଯାଇଛି ବିଲ

ଆଠଗଡ(ଉଲାପ୍ର)ଆଠଗଡ ରେ ସୋସାଇଟି ଦୁର୍ନୀତି ର ପରଦା ଫାସ ପରେ ଏବେ ଯୁବ ସଙ୍ଗଠକ ଅଭୟ ବାରିକ ଆଠଗଡ ଏନଏସି ଉପରେ ନିଶାନା କରିଛନ୍ତି,ଆଠଗଡ ଏ ନ ଏ ସି ରେ ଦୀର୍ଘବର୍ଷ ହେଲା ଦୁର୍ନୀତି ଚାଲି ରହିଥିଲେ ମଧ୍ୟ କୌଣସି ବି ଦଳ ଏହା ଉପରେ ମୁହଁ ଖୋଲୁ ନଥିଲେ,ଅଭୟଙ୍କ ସହଯୋଗୀ ସରୋଜ ଦାସ ବାରମ୍ବାର ଏ ନ ଏ ସି ରେ ସୂଚନା ଅଧିକାର ଆଇନ ବଳରେ ଯୋଉ ତଥ୍ୟ ମାଗୁଛନ୍ତି ଏ ନ ଏ ସି ତରଫରୁ ସେହି ତଥ୍ୟ ଲୁଚା ଯାଉଛି,ନଚେତ ତଥ୍ୟ ଦିଆଯାଉନାହିଁ,ଯାହା ଫଳରେ ସରୋଜ ଦାସଙ୍କୁ ଯୋଉ ତଥ୍ୟ ମିଳିଛି ସେଥିରେ ୫୫ଲକ୍ଷ ଟଙ୍କାର ଦୁର୍ନୀତି ର ଗନ୍ଧ ବାରି ହୋଇ ପଡୁଛି, କାର୍ଯ୍ୟାଦେଶ ଦିଆନଯାଇ କାମ ହୋଇଛି ଓ ବିଲ ମଧ୍ୟ ପାସ କରି ଟଙ୍କା ହଡପ କରି ନିଆଯାଇଛି,ପ୍ରାୟ ୩୦ଗୋଟି ସ୍ଥାନରେ ଏଭଳି କାର୍ଯ୍ୟ ହୋଇଥିବା ଅଭୟ ବାରିକ,ତାଙ୍କ ସହଯୋଗୀ ସରୋଜ ଦାସ ଅଭିଯୋଗ କରିଛନ୍ତି,ଆଜି ଅଭୟ ବାରିକ ଘଟଣା ସମ୍ପର୍କରେ ଏ ନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯୋଉଥିରେ ଏ ନ ଏ ସି ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି,ସାତଦିନ ମଧ୍ୟରେ ଏହାର ଉତ୍ତର ଯଦି ସେମାନଙ୍କୁ ନମିଳିବ ତେବେ ସେ ଓ ତାଙ୍କର ସମର୍ଥକ ମାନେ ବାଧ୍ୟହୋଇ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି, ଏବେ ନୂଆକରି ଆସିଥିବା ମହିଳା କାର୍ଯ୍ୟନିର୍ବାହୀ ଅଧିକାରୀ ହରଡ଼ଘଣାରେ ପଡିଯାଇଛନ୍ତି ଓ ସାକ୍ଷାତକାର ଦେବାକୁ ମନା କରି ଦେଇଛନ୍ତି, ଅଭୟ ବାରିକ ସିଧାସଳଖ ଏ ନ ଏ ସି ଅଫିସର ପୂର୍ବତନ କର୍ମଚାରୀ ପ୍ରଭାତ ବାରିକ,ଏ ନ ଏ ସି ଜେଈ ଜୟନ୍ତ ଶତପଥୀ ଓ କର୍ମଚାରୀ ଦିଲୀପ ବାରିକ ନାମରେ ସିଧାସଳଖ ଅଭିଯୋଗ ମାନ ଆଣିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *