#Breaking News

ଦ୍ୱିତୀୟ ପ୍ରର୍ଯ୍ୟାୟ ଭୋଟ ତୁମୁଡିବନ୍ଧ ଓ କୋଟଗଡ଼ରେ ଶାନ୍ତିପୂର୍ଣ୍ଣ ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଫୁଲ ବାଣୀ-(ସୁନୀଲ ପଟ୍ଟନାୟକ) ଶୁକ୍ରବାର କନ୍ଧମାଳ ଜିଲ୍ଲାର ମା ଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ଦୁଇଟି ବ୍ଲକରେ ଦ୍ୱିତୀୟ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି । ସକାଳୁ ସକାଳୁ ଲୋକେ ଭୋଟ ଦେବା ଲାଗି ଭୋଟ ଦାନ କେନ୍ଦ୍ରକୁ ଆସି ନିଜନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟଦେଉଥିବା ଦେଖିବାକୁମି ଳିଛି ।
ବିଶେଷକରି ମହିଳାମାନେ ବେଶି ଆଗ୍ରହ ପ୍ରକାଶ କରିଆସି ଭୋଟ ଦେଉଥିବା ଦେଖାଯାଇଛି । ମହିଳାମାନଙ୍କ ପାଇଁ ମହିଳା କର୍ମଚାରୀଙ୍କ ଦ୍ଵାରା ପ୍ରତିବ୍ଳକରେ ଦୁଇଟି ଲେଖାଁଏ ପିଙ୍କ ଭୋଟଦାନ କେନ୍ଦ୍ର ମଧ୍ୟ ଖୋଲାଯାଇଛି।
ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ
ଏହି ଦୁଇ ବ୍ଲକ ରେ ଯେପରି ଶାନ୍ତିପୂର୍ଣ୍ଣଭାବେ ଭୋଟ ଗ୍ରହଣ ହେବ ସେ ନେଇ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯିବା ସହ ସମସ୍ତ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ।
ମଙ୍ଗଳବାର ମାଓ ହମଲା ପରେ ଭଣ୍ଡରଙ୍ଗୀ ପଞ୍ଚାୟତର ୩ଟି ଓ ବେଲଘର ପଞ୍ଚାୟତର ଦୁଇଟି ଏପରି ୫ଟି ବୁଥ ବଦଳାଯାଇଛି । ବାଲିଗୁଡ଼ା
ଉପଜିଲ୍ଲାପାଳ ଦୁଃଖବନ୍ଧୁ ନା ଏକ, ବାଲିଗୁଡ଼ା ପୋଲିସ ଏସଡିପିଓ, ବିଡିଓ ଏମ. ଅନୁରାଧା ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେ ନେଇ ସୁପରିଚାଳନା କରୁଛନ୍ତି
ସେହିପରି ଭୋଟ ଗ୍ରହଣ ଯେପରି ନିରପେକ୍ଷ ଭାବେ ହୋଇ ପାରିବ ସେଥିପ୍ରତି ଜିଲ୍ଲାପାଳ ଡା. ବୁନ୍ଦାଡି, ଏସପି ଭିନିତ ଅଗ୍ରୱ।ଲ, କଡ଼ା ନିର୍ଦ୍ଦେଶ ଦେବା ସହ ସଠିକ ମିନିଟରିଙ୍ଗ ମଧ୍ୟ କରୁଛନ୍ତି ।
ତୁମୁଡିବନ୍ଧ ବ୍ଲକ୍କରେ ଗୋଟିଏ ଜିଲା ପରିଷଦ ସଭ୍ୟ, ୧୧ଟି ସରପଞ୍ଚ ଓ ୧୧ଟି ସମିତି ସଭ୍ୟ, ଓୱ।ର୍ଡସଭ୍ୟ ୫୫ପଦବୀ ପାଇଁ ଭୋଟ ଗ୍ରହଣ ହେଉଛି । ୩୦ ହଜାର ୯୭୧ ଜଣ ଭୋଟର ୧୩୯ଟି ବୁଥରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ବ୍ଲକରେ ୧୨ଟି ବୁଥ ଅତି ସମ୍ବେଦନଶୀଳ ରହିଛି।
ସେହିପରି ମା ଓ ଅଧ୍ଯୁର୍ଷିତ କୋଟଗଡ଼ ବ୍ଳକରେ ମଧ୍ୟ ଭୋଟଗ୍ରହଣ ଶାନ୍ତି ପୂର୍ଣ୍ଣଭାବେ ଚାଲିଛି ।
କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତ ୧୧, ୧୨ ଓ ୧୩ନମ୍ବର ବୁଥ କୁ ପ୍ରଶାସନ ସୁରକ୍ଷା ଦୃଷ୍ଟିକୋଣରୁ ବଦଳାଇଛି।
ସେହିପରି କୋଟଗଡ଼ ବ୍ଳକରେ ଗୋଟିଏ ଜିଲ୍ଲାପରିଷଦ ଓ ୧୫ସରପଞ୍ଚ । ୧୫ସମିତି ସଭ୍ୟ ଓ ୱ ୲ର୍ଡସଭ୍ୟ ପାଇଁ ଭୋଟ ହେଉଛି । 6କାଟଗଡ଼ବ୍ଲ୍ବୁକରେ ମୋଟ ୧୮୨ଟି ବୁଥରେ ୩୨ ହଜାର ଠ୨୪ଜଣ ଭୋଟର ଆଜି ଶୁକ୍ରବାର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । କୋଟଗଡ଼ବିଡିଓ ଓ ସହକାରୀ ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗରେ ଭୋଟ ଗ୍ରହଣ ବେଶ ଶାନ୍ତିଶୃଙ୍ଖଳାର ସହିତ ଚାଲିଛି । ଲୋକେ ବେଶ ଉତ୍ସାହର ସହ ନିର୍ଭୟରେ ଭୋଟଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *