#Uncategorized

ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦଯାପିତ


ବରଗଡ଼,ବରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ସତଲମା ଗ୍ରାମରେ ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ସମଲେଶ୍ୱରୀ ଭଲିବଲ ସଂଘ ଆନୁକୂଲ୍ୟରେ ସତଲମା ବାଳକ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବରପାଲି ଦଳ ଅଡ଼ଗାଁ ଦଳ କୁ 2-1 ସେଟ ରେ ପରାସ୍ତ କରିଥିଲା l ଅଡ଼ଗାଁ ଦଳର ହର ମ୍ୟାନ ଅପ ଦ ମ୍ୟାଚ ହୋଇଥିବା ବେଳେ ନୀଳ ମ୍ୟାନ ଅପ ଦ ସିରିଜ ହୋଇଥିଲେ l ସକାଳର ଉଦଘାଟନୀ ଉତ୍ସବ ରେ କୁନାଲ ଭୋଇ ସମିତି ସଭ୍ୟ ସତଲମା ଗ୍ରାମ ପଂଚାୟତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଶସଧର ସାହୁ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତା ରେ ଆଠ ଟି ଦଳ ଭାଗ ନେଇଥିବା ବେଳେ ମ୍ୟାଚ କୁ ରେଫରୀ ସୁଶାନ୍ତ ସାହୁ ଓ ରଞ୍ଜନ ପଧାନ ପରିଚାଳନା କରିଥିଲେ l ସନ୍ଧ୍ୟା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ଝରଣ ସୁନ୍ଦର ଦୀପ, ଶଶଧର ସାହୁ,ଦୀନେଶ ସାହୁ, ପ୍ରଜାରଞ୍ଜନ ମେହେର ଓ ବିନୟ ସାହୁ ଯୋଗଦାନ କରି କୃତି ଖେଳାଳି ମାନଂକୁ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସୁବୋଧ କୁମାର ସାହୁ ପରିଚାଳନା କରିଥିବା ବେଳେ ସଂଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ପ୍ରିତେଷ, ପୁଣ୍ୟଶ୍ଳୋକ, ପ୍ରିତମ,ଟୁକୁଲୁ, ରାମଚନ୍ଦ୍ର, ରୋଶନ, ବାବୁଲୁ, ଗୋକୁଳା,ରୋଶନ, ମହେନ୍ଦ୍ର, ସୁଶୀଲ, ବିଜୟ,ସୁବ୍ରତ, ଭିକି , ସଂଜୀବ ଓ ମାନସ ସହଯୋଗ କରିଥିଲେ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *